ସଫଳ ଅସ୍ତ୍ରୋପଚାର ପରେ ପ୍ରଥମ ଫଟୋ ସେୟାର କରି ଋଷଭ କହିଲେ ଏଭଳି କଥା

ସଫଳ ଅସ୍ତ୍ରୋପଚାର ପରେ ପ୍ରଥମ ଫଟୋ ସେୟାର କରି ଋଷଭ କହିଲେ ଏଭଳି କଥା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର  ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମା’ଙ୍କୁ ସରପ୍ରାଇଜ୍ ଦେବାକୁ ଯାଉଥିବା ବେଳେ ଏକ ଭୟାବହ ଦୁର୍ଘଟଣାର ଶିକାର ହୋଇଥି‌ଲେ। ତାଙ୍କ କାର୍ ଡିଭାଇଡରରେ ମାଡ଼ ହୋଇ ଜଳିଯାଇଥିଲା। ଋଷଭ ପନ୍ତଙ୍କଣ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଲିଗାମେଣ୍ଟ ରିକନଷ୍ଟ୍ରକସନ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଅସ୍ତ୍ରୋପଚାର ପରେ ପନ୍ତ ଟୁଇଟ କରି ତାଙ୍କ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ପନ୍ତ ଟୁଇଟ କରି ଦୁଇ ହିରୋ ରଜତ କୁମାର ଓ ନିଶୁ କୁମାରଙ୍କୁ  ବିଶେଷ ଭାବେ ଧନ୍ୟବାଦ ଜଣାଇଥିଲେ। ଏ ଦୁହେଁ, ଦୁର୍ଘଟଣାସ୍ଥଳରୁ ପନ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଏହି କ୍ରମରେ ଫେବୃଆରି ୧୦ ତାରିଖରେ ପନ୍ତ ଅସ୍ତ୍ରୋପଚାର ପରେ ପ୍ରଥମ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଆଶାବାଡ଼ି ଧରି ଚାଲୁଥିବା ‌ଦେଖିବାକୁ ମିଳୁଛି। ଫଟୋ ସେୟାର କରି ପନ୍ତ ଲେଖିଛନ୍ତି, ‘ଆଉ ଗୋଟିଏ ପାଦ ଆଗକୁ, ଗୋଟିଏ ପାଦ ଶକ୍ତ, ଆଉ ଏକ ପାଦ ଭଲ।

ଅସ୍ତ୍ରୋପଚାର ପରେ ପନ୍ତଙ୍କ ଏହି ଫଟୋ ଦେଖିବା ପରେ ତାଙ୍କ ପ୍ରଶଂସକ ଖୁସି ହୋଇଯାଇଛନ୍ତି। ଖୁବଶୀଘ୍ର ତାଙ୍କ ପ୍ରିୟ ଖେଳାଳି ସୁସ୍ଥ ହୋଇ ପଡ଼ିଆକୁ ଫେରି ଆସିବେ ବୋଲି ମନରେ ଅଶା ବାନ୍ଧିଛନ୍ତି। ଏଥିସହିତ ଶୀଘ୍ର ପନ୍ତ ସୁସ୍ଥ ହୋଇଯାଆନ୍ତୁ ବୋଲି ତାଙ୍କ ସାଥୀ ଖେଳାଳିଙ୍କ ସମେତ ପ୍ରଶଂସକ,କୋଚ, ସମ୍ପର୍କୀୟମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ପନ୍ତଙ୍କ ଉଚିତ ଚିକିତ୍ସା ଚାଲିଛି। ‌ଯଥାଶୀଘ୍ର ସୁସ୍ଥ ହୋଇଯିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe