ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ି ଗୁରୁଙ୍କ ଟିମକୁ ଯିବେ ଋଷଭ ପନ୍ତ !

Advertisment
ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ି ଗୁରୁଙ୍କ ଟିମକୁ ଯିବେ ଋଷଭ ପନ୍ତ !

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ମେଗା ନିଲାମ ଆରମ୍ଭ ହେବା ପୂର୍ବରୁ ଏକ ବଡ ଖବର ବାହାରକୁ ଆସୁଛି। କୁହାଯାଉଛି ଯେ, ଟିମ୍ ଇଣ୍ଡିଆର ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଛାଡିପାରନ୍ତି। ଏବେ ପ୍ରଶ୍ନ ଉଠୁଛି ଯଦି ସେ ଦିଲ୍ଲୀ କ୍ୟାପିଟାଲ୍ସ ଛାଡିବେ, ତେବେ ସେ ଆଗାମୀ ସିଜିନରେ କେଉଁ ଦଳ ପାଇଁ ଖେଳିବେ? ଏହା ଉତ୍ତର ବି ସାମ୍ନାକୁ ଆସି ସାରିଛି। ସୂଚନା ମିଳିଛି ଯେ,  ସେ ଆସନ୍ତା ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ପାଇଁ ଖେଳିବେ।

ଚର୍ଚ୍ଚା ହେଉଛି ଯେ ଆଇପିଏଲ ୨୦୨୫ ପରେ ଧୋନି ଆଇପିଏଲରୁ ଅବସର ନେବେ। ଏଭଳି ପରିସ୍ଥିତିରେ, ସିଏସକେ ଧୋନିଙ୍କ ପରି ଜଣେ ବିସ୍ଫୋରକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଆବଶ୍ୟକ କରୁଛି ଯିଏ ମ୍ୟାଚର ଗତି ବଦଳାଇ ପାରିବ। ତେଣୁ ଦଳ ଋଷଭ ପନ୍ତଙ୍କୁ ସାମିଲ କରିବାକୁ ଚିନ୍ତା କରୁଥିବା ସାମ୍ନାକୁ ଆସିଛି।

ଋଷଭଙ୍କ ଆଇପିଏଲ୍ କ୍ୟାରିୟର ବିଷୟରେ କହିବାକୁ ଗଲେ, ତାଙ୍କର ପ୍ରଦର୍ଶନ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି। ଗତ ସିଜିନରେ ବଡ଼ ଦୁର୍ଘଟଣାରୁ ସୁସ୍ଥ ହୋଇ ଫେରିଥିଲେ ବି ସେ ବହୁତ ଭଲ ବ୍ୟାଟିଂ କରିଥିଲେ। ସେ ଆଇପିଏଲ୍ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମୋଟ ୧୩ଟି ମ୍ୟାଚ୍ ରେ ଭାଗ ନେଇଥିଲେ। ୧୩ଟି ମ୍ୟାଚ୍ ଖେଳି ସେ ୪୪୬ରନ୍ ସ୍କୋର କରିଥିଲେ। ଏହା ସହ ତାଙ୍କର ଷ୍ଟ୍ରାଇକ୍ ହାର ୧୫୫.୪୦ ରହିଥିଲା। ଋଷଭ ପନ୍ତ ଏପର୍ଯ୍ୟନ୍ତ ଆଇପିଏଲରେ ମୋଟ ୧୧୧ଟି ମ୍ୟାଚ୍ ଖେଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe