ଗୌତମଙ୍କୁ ଇଙ୍ଗିତ କରି ଋଷଭ କହିଲେ, ‘ସବୁ ଭୁଲ ମୋ ଦ୍ବାରା କରାଇ ଥାଆନ୍ତି’

କପିଲଙ୍କ ପ୍ରଶ୍ନ ଶୁଣି ରିଷଭ ପନ୍ତ ହସିହସି ଗୌତମ ଗମ୍ଭୀରଙ୍କ ଆଡ଼କୁ ଇଙ୍ଗିତ କରି କହିଲେ- 'ସମସ୍ତ ଭୁଲ କାମ ମୁଁ କରେ। ସେମିତି କହିବାକୁ ଗଲେ ଡ୍ରେସିଂ ରୁମର ପରିବେଶ ସବୁବେଳେ ଭଲ ଥାଏ କିନ୍ତୁ ଏହା ମ୍ୟାଚ୍ କିପରି ହୋଇଛି ତାହା ଉପରେ ନିର୍ଭର କରେ। ମ୍ୟାଚ ଚାଲଥିବା ସମୟରେ ସମସ୍ତେ ଚିନ୍ତାରେ ଥାଆନ୍ତି।

4c0e3a76-609b-4cc4-9152-2a244bfb5df1

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର ଅନେକ କ୍ରିକେଟରଙ୍କ ସହିତ କପିଲ ଶର୍ମାଙ୍କ କମେଡି ସୋ’ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ ସିଜନ୍ ୩' ପହଞ୍ଚିଥିଲେ।

ଏହି ସୋ’ରେ  ୟୁଜଭେନ୍ଦ୍ର ଚହଲ୍, ଋଷଭ ପନ୍ତ ଏବଂ ଅଭିଷେକ ଶର୍ମା  ଅତିଥି ଭାବରେ ଉପସ୍ଥିତ ହୋଇ ଖୁବ ମଜାମସ୍ତି କରିଥିଲେ। ଏହି ସମୟରେ ରିଷଭ ପନ୍ତ ଗୌତମ ଗମ୍ଭୀରଙ୍କ ବିଷୟରେ ଆଲୋଚନା କରି ସମସ୍ତଙ୍କୁ ହସାଇଥିଲେ।

କପିଲ ଶର୍ମା ସୋ' ସମୟରେ ଖେଳାଳିମାନଙ୍କୁ ପଚାରିଥିଲେ ଯେ ଡ୍ରେସିଂ ରୁମର ପରିବେଶ କିପରି ଥାଏ? କପିଲଙ୍କ ପ୍ରଶ୍ନ ଶୁଣି ଋଷଭ ପନ୍ତ ହସିହସି ଗୌତମ ଗମ୍ଭୀରଙ୍କ ଆଡ଼କୁ ଇଙ୍ଗିତ କରି କହିଲେ- 'ସମସ୍ତ ଭୁଲ କାମ ମୁଁ କରେ।ସେମିତି କହିବାକୁ ଗଲେ ଡ୍ରେସିଂ ରୁମର ପରିବେଶ ସବୁବେଳେ ଭଲ ଥାଏ କିନ୍ତୁ ଏହା ମ୍ୟାଚ୍ କିପରି ହୋଇଛି ତାହା ଉପରେ ନିର୍ଭର କରେ। ମ୍ୟାଚ ଚାଲିଥିବା ସମୟରେ ସମସ୍ତେ ଚିନ୍ତାରେ ଥାଆନ୍ତି।’

ଋଷଭ ପନ୍ତଙ୍କ କଥାକୁ ସମର୍ଥନ କରି ଗୌତମ ଗମ୍ଭୀର କପିଲ ଶର୍ମାଙ୍କୁ କହିଥିଲେ ତୁମ ପରି ସମାନ ପରିସ୍ଥିତି ଆମର ବି ଅଛି। ଯଦି ସୋ’ ଭଲ ନହୁଏ ତେବେ ତୁମେ ବାହାରକୁ ଯିବ। ସେହିପରି, ଯଦି ଦଳ ଭଲ ନ ଖେଳେ ତେବେ ମୁଁ ବାହାରକୁ ଯିବି।'

'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ ୩' ଜୁନ୍ ୨୧ ରୁ ନେଟଫ୍ଲିକ୍ସରେ ଆରମ୍ଭ ହୋଇଯାଇଛି। ଯେଉଁଥିରେ ସଲମାନ ଖାନ ପ୍ରଥମ ଅତିଥି ଭାବରେ ନଜର ଆସିଥିଲେ।  ପ୍ରାୟ ପାଞ୍ଚ ବର୍ଷ ପରେ ଏଥର ନବଜୋତ ସିଂହ ସିଦ୍ଧୁ ମଧ୍ୟ ସୋ'କୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe