Rishabh Pant Injury: ଆଘାତ ଓ ଋଷଭ ପନ୍ତଙ୍କ ମଧ୍ୟରେ ପୁରୁଣା ସଂପର୍କ

Advertisment

ଆହତ ଜନିତ କାରଣରୁ ୱିକେଟକିପର-ବ୍ୟାଟସମ୍ୟାନ୍ ଋଷଭ ପନ୍ତ ସଂପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଧ୍ରୁବ ଜୁରେଲଙ୍କୁ ଦଳରେ ସାମିଲ କରାଯାଇଛି।

ଆହତ ଜନିତ କାରଣରୁ ୱିକେଟକିପର-ବ୍ୟାଟସମ୍ୟାନ୍ ଋଷଭ ପନ୍ତ ସଂପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଧ୍ରୁବ ଜୁରେଲଙ୍କୁ ଦଳରେ ସାମିଲ କରାଯାଇଛି।

Rishabh Pant

Rishabh Pant Injury

ମୁମ୍ବାଇ: ଆହତ ଜନିତ କାରଣରୁ ୱିକେଟକିପର-ବ୍ୟାଟସମ୍ୟାନ୍ ଋଷଭ ପନ୍ତ ସଂପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଧ୍ରୁବ ଜୁରେଲଙ୍କୁ ଦଳରେ ସାମିଲ କରାଯାଇଛି। ପନ୍ତଙ୍କୁ ଏବେ ତାଙ୍କର ଫିଟନେସ୍ ପ୍ରମାଣ କରିବା ପାଇଁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ଯିବାକୁ ପଡିବ। କିନ୍ତୁ ପନ୍ତଙ୍କ ପାଇଁ ଆହତ ହେବା ନୂଆ କଥା ନୁହେଁ।

ଆଘାତ ଏବଂ ରିଷଭ ପନ୍ତଙ୍କ ମଧ୍ୟରେ ଲମ୍ବା ସଂପର୍କ ରହିଛି। ଏହା ତାଙ୍କ କ୍ୟାରିୟରକୁ ଚିନ୍ତାଜନକଭାବେ ପ୍ରଭାବିତ କରିଛି । ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ଆହତ ହେବା ପରେ ସେ ପ୍ରାୟ ୧୪ ମାସ ଧରି ଦଳରୁ ବାହାରେ ଥିଲେ। ସେ ୨୦୨୩ ବର୍ଷସାରା ଖେଳରୁ ଦୂରେଇ ରହିଥିଲେ।

ଆରୋଗ୍ୟ ଲାଭ କରିବା ପରେ ସେ ପ୍ରଥମେ ନିଜ ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଥିଲେ ଓ ୨୦୨୪ ଆଇପିଏଲ ଖେଳିଥିଲେ। ପରେ ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ ଓ ଇଂଲଣ୍ଡ ଗସ୍ତ କରିଥିଲେ। ପନ୍ତ ୨୦୨୫ ଭାରତ-ଇଂଲଣ୍ଡ ଟେଷ୍ଟ ସମୟରେ ଆଘାତ ପାଇଥିଲେ, ତାଙ୍କ ଡାହାଣ ଆଙ୍ଗୁଠି ଭାଙ୍ଗି ଯାଇଥିଲା। ପରେ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା। ତା’ପରେ ପାଦରେ ଆଘାତ ଯୋଗୁଁ ସେ ସେପ୍ଟେମ୍ବରରେ ୨୦୨୫ ଏସିଆ କପ୍ ଖେଳିପାରି ନଥିଲେ। ଅକ୍ଟୋବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ଦୁଇଟି ଟେଷ୍ଟ ପାଇଁ ମଧ୍ୟ ତାଙ୍କୁ ଦଳରେ ସାମିଲ କରାଯାଇ ନଥିଲା। ଏବେ ପୁଣି ଥରେ ସେ ସମାନ କାରଣରୁ ଦଳରୁ ବାଦ ପଡ଼ିଛନ୍ତି।

ଆହତ କାରଣରୁ ବାରମ୍ବାର ଦଳରୁ ବାଦ ପଡୁଥିଲେ ବି ଋଷଭ ପନ୍ତଙ୍କ ଆଗରେ ଏକ ଲମ୍ବା କ୍ୟାରିୟର ରହିଛି । ବିଶେଷ କରି ବିଦେଶ ମାଟିରେ ତାଙ୍କ ଟେଷ୍ଟ ରେକର୍ଡ ଦୃଷ୍ଟିରୁ ଭାରତୀୟ ଦଳ ପାଇଁ ସେ ସବୁଠାରୁ ଭଲ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ବିକଳ୍ପ। ସେହିପରି ଦିନିକିଆ ଓ ଟ୍ବେଣ୍ଟି-୨୦ରେ ବି ତାଙ୍କ ନିକଟରେ ଅନେକ କ୍ରିକେଟ ବାକି ରହିଛି।

ଆହୁରି ପଢ଼ନ୍ତୁ: Iran warns US: ଆମେ ଛାଡ଼ିବୁ ନାହିଁ: ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe