ବିଶ୍ୱକପ୍‌: ପନ୍ତଙ୍କ ଠାରୁ ବଡ଼ ଆଶା ରଖି ଇଂଲଣ୍ଡ ବିପକ୍ଷରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଲେ କୋହଲି

Advertisment
ବିଶ୍ୱକପ୍‌: ପନ୍ତଙ୍କ ଠାରୁ ବଡ଼ ଆଶା ରଖି ଇଂଲଣ୍ଡ ବିପକ୍ଷରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଲେ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଖରାପ ଫର୍ମ ଦେଇ ଗତି କରୁଥିବା ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ସମର୍ଥକ କରି କହିଥିଲେ, ସେ ଟିମ୍‌ ପାଇଁ କିଛି ନୂଆଁ କରି ଦେଖାଇବେ। କୋହଲିଙ୍କ ଏହି ବୟାନରୁ ଜଣାପଡୁଥିଲା ଯେ, ବିଜୟ ଶଙ୍କରଙ୍କୁ ଇଂଲଣ୍ଡ ବିପକ୍ଷରେ ସୁଯୋଗ ମିଳିବ। ମାତ୍ର ଟସ୍‌ ପରେ ଯେତେବେଳେ ପରିବର୍ତ୍ତନ ବାବଦରେ କୋହଲିଙ୍କୁ ପଚରାଗଲା, ସେ କହିଥିଲେ ଜଣେ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି।

କୋହଲି କହିଥିଲେ ଏହି ମ୍ୟାଚ୍‌ରେ ବିଜୟ ଶଙ୍କରଙ୍କ ସ୍ଥାନରେ ଓ୍ଵିକେଟକିପର ବ୍ୟାଟସ୍‌ମ୍ୟାନ୍‌ ଋଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇଛି। ନିଜର ପ୍ରଥମ ବିଶ୍ୱକପ୍‌ ଖେଳୁଥିବା ପନ୍ତ ୪ ନମ୍ବରରେ କ୍ରିଜକୁ ଆସିବେ। ବିଜୟ ଶଙ୍କରଙ୍କ ପାଦରେ ସାମାନ୍ୟ ଆଘାତ ଲାଗିଛି। କୋହଲି କହିଛନ୍ତି, ପନ୍ତ ଯଦି ୨୦ ରନ୍‌ କରିନେଲେ, ତା’ ହେଲେ ଖେଳକୁ ଭିନ୍ନ ରୂପ ଦେଇଥାନ୍ତି। ବିଶ୍ୱକପରେ ପନ୍ତଙ୍କ ଏହା ହେଉଛି ପଦାର୍ପଣ ମ୍ୟାଚ୍‌।

ବର୍ତ୍ତମାନ ସ୍ଥିତିରେ ଭାରତର ସ୍ଥିତି ମଜବୁତ୍‌ ଅଛି। ଚଳିତ ବିଶ୍ୱକପରେ ଭାରତ ଗୋଟିଏ ମ୍ୟାଚ୍‌ରେ ବି ହାରି ନାହିଁ। ଅନ୍ୟପକ୍ଷରେ ଇଂଲଣ୍ଡକୁ ଶ୍ରୀଲଙ୍କା ଓ ପାକିସ୍ତାନ ପରାସ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe