୬ ଇନିଂସରେ ୭୬ ବାଏ ରନ୍‌, ଋଷଭ ପନ୍ଥଙ୍କ ପ୍ରଦର୍ଶନ ନେଇ ୩ ପୂର୍ବତନ ଓ୍ଵିକେଟକିପର ଉଠାଇଲେ ପ୍ରଶ୍ନ

Advertisment
୬ ଇନିଂସରେ ୭୬ ବାଏ ରନ୍‌, ଋଷଭ ପନ୍ଥଙ୍କ ପ୍ରଦର୍ଶନ ନେଇ ୩ ପୂର୍ବତନ ଓ୍ଵିକେଟକିପର ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ଜଣେ ଭଲ ଓ୍ଵିକେଟକିପର ଭାବରେ ଋଷଭ ପନ୍ଥ ଇଂଲଣ୍ଡରେ ପରିଚୟ ସୃଷ୍ଟି କରିପାରି ନାହାନ୍ତି ବୋଲି ଭାରତୀୟ କ୍ରିକେଟ୍‌ର ୩ ଜଣ ପୂର୍ବତନ ଓ୍ଵିକେଟ୍‌କିପର ଅଭିଯୋଗ ଆଣିଛନ୍ତି। ପୂର୍ବତନ ଓ୍ଵିକେଟ୍‌କିପରମାନେ ଅଭିଯୋଗ ଆଣିଛନ୍ତି ଯେ, ଋଷଭ ପନ୍ଥ ୬ଟି ଇନିଂସରେ ୭୬ ବାଏ ରନ୍‌ ଦେଇଛନ୍ତି। ତାଙ୍କୁ ଭରୋସାଯୋଗ୍ୟ ଓ୍ଵିକେଟକିପର ଭାବରେ ପରିଚୟ କରିବାକୁ ହେଲେ ଆହୁରି ଅନେକ ସଂଶୋଧନ କରିବାକୁ ପଡ଼ିବ। ୨୨ ବର୍ଷିଅ ଓ୍ଵିକେଟ୍‌କିପର ଋଷଭ ପନ୍ଥ ୫ ମ୍ୟାଚ ଶୃଙ୍ଖଳାର ୬ଟି ଇନିଂସରେ ୭୬ ବାଏ ରନ୍‌ ଦେଇଛନ୍ତି। ଏଥିରେ ୨୦-୨୫ ରନ୍‌ ତାଙ୍କର ଭୁଲ୍‌ ନଥିଲା।

publive-image

ପୂର୍ବତନ ଭାରତୀୟ ଓ୍ଵିକେଟକିପର ନୟନ ମୋଙ୍ଗିଆ, କିରଣ ମୋରେ ଓ ଦୀପ ଦାସଗୁପ୍ତାଙ୍କ ଅନୁସାରେ ପନ୍ଥଙ୍କୁ ବହୁତ ସଂଶୋଧନ କରିବାକୁ ପଡ଼ିବ। ଚୟନକାରୀ ସଦସ୍ୟଙ୍କୁ ଯୁବ ଓ୍ଵିକେଟକିପରଙ୍କ ନେଇ ସ୍ପଷ୍ଟ ନୀତି ହେବା ଜରୁରୀ ଅଛି। କାରଣ ଋଦ୍ଧିମାନ ଶାହା ଆଗାମୀ ୩ରୁ ୪ ମାସ ମଧ୍ୟରେ ଖେଳିବା ଆଶା ଦେଖାଯାଉଛି।

publive-image

ମୋଙ୍ଗିଆ କହିଛନ୍ତି, ପନ୍ଥ ଏବେ ନୂଆ ଖେଳାଳି। ମୁଁ ଭାବୁଛି, ଆଇପିଏଲ ଫର୍ମ ଆଧାରରେ ଖେଳାଳିଙ୍କ ଚୟନ କରିବା ଭୁଲ ନିତି। ମୋଙ୍ଗିଆ କହିଛନ୍ତି, େଓ୍ଵଷ୍ଟଇଣ୍ଡିଜ ବିରୋଧରେ ପାର୍ଥିବ ପଟେଲଙ୍କୁ ଓ୍ଵିକେଟକିପର ଦାୟିତ୍ୱ ଦିଆଯିବା ଦରକାର। ପାର୍ଥିବ ଦକ୍ଷିଣ ଆଫ୍ରିକା ଗସ୍ତରେ ଦ୍ୱିତୀୟ ଓ୍ଵିକେଟକିପର ଥିଲେ। ତାଙ୍କୁ କେମିତି ସ୍ଥାନ ମିଳିନାହିଁ ବୁଝାପଡୁ ନାହିଁ। ଦୀପ ଦାସଗୁପ୍ତାଙ୍କ ଅନୁସାରେ ପନ୍ଥଙ୍କୁ ସଂଶୋଧନ କରିବାର ଆବଶ୍ୟକତା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe