ପନ୍ତଙ୍କୁ ଛାଡ଼ି ଏହି କ୍ରିକେଟରଙ୍କୁ ଅଧିନାୟକ କରିବ ଦିଲ୍ଲୀ କ୍ୟାପିଟାଲ୍ସ

Advertisment

୨୦୨୫ରେ ହେବାକୁ ଥିବା ଆଇପିଏଲ ପାଇଁ ଖୁବଶୀଘ୍ର ନିଲାମି ଆରମ୍ଭ ହେବ। କେଉଁ ଖେଳାଳି କେଉଁ ଦଳକୁ ଯିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏବେ କୁହାଯାଉଛି ଯେ, ପନ୍ତଙ୍କୁ ଛାଡ଼ି ଅକ୍ଷର ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ କରିବ ।

୨୦୨୫ରେ ହେବାକୁ ଥିବା ଆଇପିଏଲ ପାଇଁ ଖୁବଶୀଘ୍ର ନିଲାମି ଆରମ୍ଭ ହେବ। କେଉଁ ଖେଳାଳି କେଉଁ ଦଳକୁ ଯିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏବେ କୁହାଯାଉଛି ଯେ, ପନ୍ତଙ୍କୁ ଛାଡ଼ି ଅକ୍ଷର ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ କରିବ ।

patel

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ୱିକେଟକିପର ଋଷଭ ପନ୍ତ ଏବେ ଚର୍ଚ୍ଚାରେ । ଆଗକୁ ଆଇପିଏଲ-୨୦୨୫ର ନିଲାମି ଆରମ୍ଭ ହେବାକୁ ଯାଉଥିବା ବେ‌ଳେ କେଉଁ ଦଳ କେଉଁ ଖେଳାଳିଙ୍କୁ କିଣିବ, ଅଧିନାୟକ ବଦଳିବେ କି ନାହିଁ ବା କେଉଁ ଦଳ କେଉଁ ଖେଳାଳିଙ୍କୁ ଦଳରୁ ବାଦ୍ ଦେବ, ଏହା ଉପରେ ସମସ୍ତଙ୍କ ନଜର ରହିଛି। ଏମଧ୍ୟରେ ଖବର ମିଳୁଛି ଯେ, ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ତଥା ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କୁ ଦଳ ପୁଣି ଥରେ ଅଧିନାୟକ କରିବ ନାହିଁ। 

ପନ୍ତ ବଡ଼ ଦୁର୍ଘଟଣାର ଶିକାର ହେବା ପରେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଚିକିତ୍ସାଧୀନ ରହି ସୁସ୍ଥ ହୋଇଥିଲେ ଏବଂ ଖେଳିବା ଆରମ୍ଭ କରିଥିଲେ। ତାଙ୍କ ଅନୁପସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ବ କରିଥିଲେ ଅକ୍ଷର ପଟେଲ। ପରେ ପନ୍ତ ସୁସ୍ଥ ହୋଇ ଫେରିବାରୁ ତାଙ୍କୁ ଅଧିନାୟକ କରିଥିଲା ଦିଲ୍ଲୀ। ହେଲେ ୨୦୨୫ ପାଇଁ ଦଳ ପନ୍ତଙ୍କୁ ଅଧିନାୟକତ୍ବର ଚାପ ନଦେଇ ଅକ୍ଷରଙ୍କୁ ହିଁ ଦଳର ଅଧିନାୟକ କରିବ ବୋଲି ଜଣାଯାଇଛି।  

ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ଦଳ ପୁଣି ଅକ୍ଷରଙ୍କୁ ଅଧିନାୟକ କରିବ ବୋଲି ଚିନ୍ତା କରୁଛି। ହେଲେ ପନ୍ତ ଦଳର ନଂ୧ ଖେଳାଳି ଭାବେ ଖେଳିବେ। ଅଧିନାୟକତ୍ବର ଚାପ ନଥିଲେ ପନ୍ତ ଭଲ ଖେଳିବେ ବୋଲି ଦଳ ବିଶ୍ବାସ କରୁଛି। ତେବେ ଦଳର ଶେଷ ନିଷ୍ପତ୍ତି କ’ଣ ହେବ ତାହା ନିଲାମି ସମୟରେ ହିଁ ଜଣାପଡ଼ିବ।

ଏହା ପୂର୍ବରୁ ପନ୍ତଙ୍କ ଏକ ଏକ୍ସ ପୋଷ୍ଟ ଖୁବ ଭାଇରାଲ ହୋଇଥିଲା। ସେ ଲେଖିଥିଲେ, "ଯଦି ମୁଁ ମୋର ନାମ ନିଲାମରେ ରଖେ, ତେବେ ମୋତେ କୌଣସି ଦଳ କିଣିବେ ନା ମୁଁ ବିକ୍ରି ନହୋଇ ରହିଯିବି? ଯଦି ମୋତେ କୌଣସି ଦଳ କିଣିବ ତେବେ ମୁଁ ନିଲାମରେ କେତେ ଟଙ୍କା ପାଇବି |" ତାଙ୍କର ଏହି ପୋଷ୍ଟ ଖୁବ ଭାଇରାଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe