ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏଭଳି କଥା କହିଲେ ଚିକିତ୍ସା କରୁଥିବା ଡାକ୍ତର

ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏଭଳି କଥା କହିଲେ ଚିକିତ୍ସା କରୁଥିବା ଡାକ୍ତର

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ କାର ଦୁର୍ଘଟଣାର ଶିକାର ହେବା ପ‌ରେ ଗୁରୁତର ଆହତ ହୋଇଥିଲେ।  ଦୁର୍ଘଟଣାଗ୍ରସ୍ତ ହୋଇ ତାଙ୍କ କାରରେ ନିଆଁ ଲାଗି ଯାଇଥିଲା। ସେ ସୌଭାଗ୍ୟବଶତଃ ସେଥିରୁ ବାହାରି ଆସି ଲୋକଙ୍କ ସାହାଯ୍ୟ ‌ଲୋଡ଼ିଥିଲେ। ଘଟଣାସ୍ଥଳରେ ଜଣେ ବସ ଚାଳକ ଓ କଣ୍ଡକ୍ଟରଙ୍କ ସାହାଯ୍ୟ ପାଇଁ ତାଙ୍କ ଜୀବନ ବଞ୍ଚି ଯାଇଥିବା କୁହାଯାଉଥିଲା।

ପନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ଦିନଠାରୁ ତାଙ୍କ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ପ୍ରଶଂସକ ଓ କ୍ରିକେଟରମାନେ ଭଗବାନଙ୍କଠାରେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ବର୍ତ୍ତମାନ ପନ୍ତ ମୁମ୍ବାଇର କୋକିଲାବେନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଏହି କ୍ରମରେ ପନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଗତିରେ ଉନ୍ନତି ହେଉଛି। ଯଦି ସବୁକିଛି ଠିକ୍‌ ରହେ ତେବେ ତାଙ୍କୁ ଚଳିତ ସପ୍ତାହରେ ଡାକ୍ତରଖାନାରୁ ଛୁଟି କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି । ଏନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ନିକଟରେ ପନ୍ତ ସୁସ୍ଥ ହେଉଥିବା କଥାକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଥିଲେ। ଏହି ପୋଷ୍ଟରେ ପନ୍ତ ଲେଖିଥିଲେ, ‘ମୁଁ ଆପଣ ସମସ୍ତଙ୍କ ପ୍ରାର୍ଥନା ଏବଂ ସମର୍ଥନ ଲାଗି କୃତଜ୍ଞ। ସମସ୍ତଙ୍କୁ ଜଣାଇବାକୁ ଚାହଁବି କି ମୋର ଅସ୍ତ୍ରୋପଚାର ସଫଳ ହୋଇଛି। ଧୀରେ ଧୀରେ ସୁସ୍ଥ ଅନୁଭବ କରୁଛି।  ଏଭଳି କଠିନ ସମୟରେ ସମସ୍ତଙ୍କର ସମର୍ଥନ ଏବଂ ସକାରାତ୍ମକ ଉର୍ଜା ପାଇଁ ସମସ୍ତଙ୍କୁ ପୁଣିଥରେ କୃତଜ୍ଞତା ଜଣାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe