ଭୁବନେଶ୍ବର: ଓଡ଼ିଆ ଝିଅ ରିଶିତା ସାମନ୍ତରାୟ ଓଡ଼ିଶା କ୍ରୀଡ଼ା ଇତିହାସରେ ବିରଳ ସଫଳତା ଅର୍ଜନ କରିଛନ୍ତି। ଆହ୍ବାନଭରା ଖେଳ ଅଶ୍ବଚାଳନାରେ ଜାତୀୟ ସ୍ତରର ପ୍ରତିଯୋଗିତାରୁ କାଂସ୍ୟ ପଦକ ଜିତିଛନ୍ତି। ଭାରତୀୟ ଅଶ୍ବିଚାଳନା ସଂଘ ପକ୍ଷରୁ ନୂଆଦିଲ୍ଲୀର ଆର୍ମି ପୋଲୋ ଆଣ୍ଡ ରାଇଡିଂ ସେଣ୍ଟରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୨ ବର୍ଷୀୟା ରିଶିତା ଏହି ସଫଳତା ପାଇଛନ୍ତି। କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ରେ ପଢ଼ୁଥିବା ରିଶିତା ହେଉଛନ୍ତି ଆର୍ମି କର୍ଣ୍ଣେଲ୍ ଆଶିଷ ସାମନ୍ତରାୟ ଓ ରୋହିନୀ ସିଂହ ଦେଓଙ୍କ କନ୍ୟା। ମାତ୍ର ୧୦ ବର୍ଷ ବୟସ ବେଳେ ରିଶିତା ପିତାଙ୍କ ଅଶ୍ବଚାଳନା ଦେଖି ପ୍ରେରଣା ପାଇଥିଲେ। ତାଙ୍କ ପିତା ଆଶିଷ ଆର୍ମିରେ ଜଣେ ପ୍ରମୁଖ ରାଇଡର ଭାବେ ପୋଲୋ ଖେଳିଥାନ୍ତି। ଅଶ୍ବଚାଳନାରେ ପ୍ରଭାବିତ ହେବା ପରେ ନାସିକ, ଜୟପୁର, ଦିଲ୍ଲୀରେ ରିଶିତା ମଧ୍ୟ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇ ନିଜକୁ ଶାଣିତ କରିଛନ୍ତି। ନିଜକୁ ଜଣେ ପ୍ରମୁଖ ରାଇଡର୍ ଭାବେ ପ୍ରତିଷ୍ଠିତ କରି ଏସୀୟ କ୍ରୀଡ଼ା ଓ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ବ କରିବାକୁ ରିଶିତା ସ୍ବପ୍ନ ଦେଖିଛନ୍ତି।
ରିଶିତାଙ୍କ ବିରଳ ସଫଳତା: ଅଶ୍ବଚାଳନା ପଦକ ଜିତିଲେ
Advertisment
Follow Us