ଋତୁପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର: ସ୍ବସ୍ତି ସିଂହ, ପ୍ୟାରୀ ଖାଖାଙ୍କୁ ମିଳିବ ସମ୍ମାନ

Advertisment
ଋତୁପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର: ସ୍ବସ୍ତି ସିଂହ, ପ୍ୟାରୀ ଖାଖାଙ୍କୁ ମିଳିବ ସମ୍ମାନ

ଭୁବନେଶ୍ବର: ରାଜ୍ୟର ସର୍ବପୁରାତନ ତଥା ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର ଏଥର ପାଇବେ ଉଦୀୟମାନ ବ୍ୟାଡମିଣ୍ଟନ୍ ତାରକା ଋତୁପର୍ଣ୍ଣା ପଣ୍ଡା। ଇମ୍ପାକ୍ଟ ପରିଚାଳିତ ଇମ୍ଫା ପକ୍ଷରୁ ୧୯୯୩ ମସିହାରୁ ପ୍ରଳଚିତ ଏହି ପୁରସ୍କାରର ୨୯ତମ ସଂସ୍କରଣ ବିଜେତା ହୋଇଛନ୍ତି ଋତୁପର୍ଣ୍ଣା‌। ସେହିଭଳି ଅନ୍ୟ ଦୁଇ ପ୍ରତିଭାସମ୍ପନ୍ନ ଖେଳାଳି ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ୍ ସ୍ବସ୍ତି ସିଂହ ଏବଂ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ର ପ୍ୟାରି ଖାଖାଙ୍କୁ ଏକଲବ୍ୟ ସାଇଟେସନ୍ ସମ୍ମାନ ମିଳିବ। ରବିବାର ଏକଲବ୍ୟ ପୁରସ୍କାର ସମିତି ଏହି ୩ ମହିଳା କ୍ରୀଡ଼ାବିତ୍‌ଙ୍କୁ ମନୋନୀତ କରିଛନ୍ତି। ୨୦୧୯ ଏପ୍ରିଲ୍‌ ପହିଲାରୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ଏମାନଙ୍କୁ ମନୋନୀତ କରାଯାଇଛି। ଋତୁପର୍ଣ୍ଣା‌ଙ୍କୁ ୫ ଲକ୍ଷ ଟଙ୍କା ସହ ଫଳକ ପ୍ରଦାନ କରାଯିବ। ସ୍ବସ୍ତି ସିଂହ ଏବଂ ପ୍ୟାରି ଖାଖାଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ସାଇଟେସନ୍ ପ୍ରଦାନ କରାଯିବ। ପ୍ରତିବର୍ଷ ଏହି ପୁରସ୍କାର ରାଜ୍ୟର ୨୫ ବର୍ଷରୁ କମ୍‌ ବର୍ଗର ଶ୍ରେଷ୍ଠ ଖେଳାଳିଙ୍କୁ ପ୍ରଦାନ କରାଯାଇଥାଏ। ‘ରାଜ୍ୟର ଯୁବ ଖେଳାଳିମାନଙ୍କୁ ଉତ୍ସାହିତ ଓ ସ୍ବୀକୃତି ପ୍ରଦାନ ଲାଗି ଏକଲବ୍ୟ ପୁରସ୍କାରର ଆରମ୍ଭ କରାଯାଇଥିଲା’ ବୋଲି ପୁରସ୍କାର ସମିତି ଅଧ୍ୟକ୍ଷ ତଥା ଇମ୍ପାକ୍ଟ ଟ୍ରଷ୍ଟି ବୈଜୟନ୍ତ ପଣ୍ଡାର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe