ରିତୁଙ୍କ ବ୍ୟାଟଲ୍‌ଗ୍ରାଉଣ୍ଡ୍ ବିଜୟ, ଲିନ୍‌ଙ୍କୁ ଧରାଶାୟୀ କଲେ

ରିତୁଙ୍କ ବ୍ୟାଟଲ୍‌ଗ୍ରାଉଣ୍ଡ୍ ବିଜୟ, ଲିନ୍‌ଙ୍କୁ ଧରାଶାୟୀ କଲେ

ନୂଆଦିଲ୍ଲୀ: କୁସ୍ତି ଆଖଡ଼ାରୁ ମିଶ୍ରିତ ସାମରିକ କଳା (ଏମ୍‌ଏମ୍‌ଏ) ଦୁନିଆକୁ ଆସିଥିବା ଭାରତୀୟ ଯୁବତୀ ରିତୁ ଫୋଗଟ କ୍ରମେ ଉତଥାନ ପଥରେ ରହିଛନ୍ତି। ନିଜ ପେସାଦାର ଲଢ଼େଇ ଜୀବନରେ ରିତୁ ଶୁକ୍ରବାର ରାତିରେ ପଞ୍ଚମ ବିଜୟ ହାସଲ କରିଛନ୍ତି। ବ୍ୟାଟଲ୍‌ଗ୍ରାଉଣ୍ଡ୍‌ର ୱାନ୍‌ ଚା‌ମ୍ପିଅନସିପ୍‌ରେ ଶୁକ୍ରବାର ରାତିରେ ଚୀନ୍‌ର ଅପରାଜିତ ଲି୍‌ ହେକିନ୍‌ଙ୍କୁ ସର୍ବସମ୍ମତିକ୍ରମେ ୫-୧ରେ ହରାଇ ଦେଇଛନ୍ତି। ଷଷ୍ଠ ମୁକାବିଲାରେ ରିତୁଙ୍କ ଏହା ପଞ୍ଚମ ବିଜୟ। ଗତ ମେ’ ମାସରେ ଡଙ୍ଗଲ୍‌ ୱାନ୍ ଚାମ୍ପିଅନସିପ୍‌ରେ ବି ନୁଗେନ୍‌ଙ୍କଠାରୁ ହାରିବା ପରେ ରିତୁ ମଧ୍ୟ ଚମତ୍କାର ପ୍ରତ୍ୟାବର୍ତନ କରିଛନ୍ତି।

ନିଜ କୁସ୍ତି ଅଭିଜ୍ଞତାରୁ ଭରପୁର ଫାଇଦା ଉଠାଇ ରିତୁ ଶୁକ୍ରବାର ରାତିରେ ଲିନଙ୍କୁ ଧରାଶାୟୀ କରିବା ପରେ ଘନ ଘନ ଆକ୍ରମଣ କରିଥିଲେ। ଲିନଙ୍କୁ ରକ୍ଷା କରିବା କି ପ୍ରତିଆକ୍ରମଣ କରିବାର କୌଣସି ସୁଯୋଗ ଦେଇନଥିଲେ। ଶେଷକୁ ସମସ୍ତ ୩ ବିଚାରକ ଭାରତୀୟା ଯୋଦ୍ଧା ରିତୁଙ୍କୁ ବିଜୟୀ ଘୋଷଣା କରିଥିଲେ। ଏଥି ସହ ଲିନ୍‌ଙ୍କ ୧୧ ବିଜୟ ଧାରା ଭାଙ୍ଗିଯାଇଥିଲା। ‘ବିଜୟର ସମସ୍ତ ଶ୍ରେୟ ଭାରତରେ ଥିବା ସମସ୍ତଙ୍କୁ ମିଳିବ। ମୋତେ ଭଲ ପାଉଥିବା, ଉତ୍ସାହିତ କରିଥିବା, ପ୍ରେରିତ କରିଥିବା ଏବଂ ମୋ ପାଇଁ ପ୍ରାର୍ଥନା କରୁଥିବା ସମସ୍ତ ଭାରତୀୟଙ୍କୁ ଧନ୍ୟବାଦ।’ ବୋଲି ରିତୁ ପ୍ରକାଶ କରିଥିଲେ। ୱାନ୍‌ ପ୍ରତିଯୋଗିତାରେ ମୁଁ ଭାରତର ଗୌରବକୁ ବଢ଼ାଇ ଚାଲିବି ବୋଲି ରିତୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏହି ବିଜୟ ସହ ରିତୁ ମଧ୍ୟ ୱାନ୍‌ ଚାମ୍ପିଅନ୍‌ସିପ୍‌ର ଟାଇଟଲ୍ ଦାବିଦାର ସ୍ବୀକୃତି ପାଇଛନ୍ତି। ଏବେ ତାଙ୍କ ସପକ୍ଷରେ ଏମ୍ଏମ୍‌ଏ ରେକର୍ଡ ୫-୧ରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe