Rivaba Jadeja Controversial Statement Photograph: (sambad.in)
ନୂଆଦିଲ୍ଲୀ: ବିଦେଶରେ ଭୁଲ କାର୍ଯ୍ୟରେ ଲିପ୍ତ ରୁହନ୍ତି ଭାରତୀୟ କ୍ରିକେଟର। କହୁ କହୁ ଏଭଳି ବିବାଦୀୟ ବୟାନ ଦେଇଦେଲେ ଭାରତୀୟ କ୍ରିକେଟ ଟିମ୍ର ଅଲରାଉଣ୍ଡର ରବିନ୍ଦ୍ର ଜାଦେଜାଙ୍କ ପତ୍ନୀ ରିଭାବା ଜାଦେଜା। ଭାରତୀୟ କ୍ରିକେଟରଙ୍କୁ ନେଇ ସେ କହିଥିବା କଥା ଏବେ ବିବାଦୀୟ ହୋଇଛି। ଜଣେ କ୍ରିକେଟରଙ୍କ ପତ୍ନୀ ହୋଇ ସେ କିଭଳି ଏମିତି ବୟାନ ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଦାବି କରିଛନ୍ତି ଯେ, ବିଦେଶ ଗସ୍ତ ସମୟରେ ଅନେକ ଭାରତୀୟ କ୍ରିକେଟର ଭୁଲ କାର୍ଯ୍ୟକଳାପରେ ଲିପ୍ତ ଥାଆନ୍ତି।
"ମୋ ସ୍ବାମୀ କୌଣସି ପ୍ରକାରର ନିଶା କରିନାହାଁନ୍ତି"
ସୋସିଆଲ ମିଡିଆରେ ରିଭାବାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ସଚ୍ଚୋଟତାକୁ ପ୍ରଶଂସା କରୁଥିବାର ଶୁଣିବାକୁ ମିଳୁଛି। ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀ 'ଆଜି ପର୍ଯ୍ୟନ୍ତ କୌଣସି ପ୍ରକାରର ନିଶା କରିନାହାଁନ୍ତି ଏବଂ ସର୍ବଦା ଏକ ଶୃଙ୍ଖଳିତ ଜୀବନଯାପନ କରନ୍ତି।' ତାଙ୍କର ଏଭଳି ମନ୍ତବ୍ୟ ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଲୋକଙ୍କ ମିଶ୍ର ପ୍ରତିକ୍ରିୟା ଆସିଛି।
ନିଜକୁ ଖରାପ ଅଭ୍ୟାସଠାରୁ ଦୂରେଇ ରଖନ୍ତି ମୋ ସ୍ବାମୀ
ଏକ ଜନସଭାରେ ଜାଦେଜାଙ୍କ ଜୀବନଶୈଳୀ ବିଷୟରେ କହିବାକୁ ଯାଇ ରିଭାବା କହିଥିଲେ, "ମୋ ସ୍ବାମୀ ବିଭିନ୍ନ ସ୍ଥାନକୁ ଖେଳିବାକୁ ଯାଇଛନ୍ତି। ଦେଶ ହେଉ କି ବିଦେଶ, ଅନେକ ସ୍ଥାନକୁ ଖେଳିବାକୁ ଯାଇ ବି ସେ ନିଶା କରିନାହାନ୍ତି। ସେ ଲଣ୍ଡନ, ଦୁବାଇ ଏବଂ ଅଷ୍ଟ୍ରେଲିଆରେ ଖେଳିଛନ୍ତି, କିନ୍ତୁ ସେ ସର୍ବଦା ଖରାପ ଅଭ୍ୟାସରୁ ନିଜକୁ ଦୂରେଇ ରଖିଛନ୍ତି। ଅନ୍ୟ ଖେଳାଳିମାନେ ଏପରି ଅଭ୍ୟାସରେ ଫସି ଯାଆନ୍ତି। କିନ୍ତୁ ରବିନ୍ଦ୍ର କେବେ ଏପରି କରିନାହାଁନ୍ତି। ସେ ସର୍ବଦା ଏକ ଶୃଙ୍ଖଳିତ ଜୀବନଯାପନ କରଆସିଛନ୍ତି। ତାଙ୍କ ମନ୍ତବ୍ୟ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚର୍ଚ୍ଚାର ବିଷୟ ପାଲଟିଛି। ରିଭାବା ଏଭଳି ଭାରତୀୟ ଟିମ୍କୁ ନେଇ କିଭଳି କହି ପାରିଲେ, ସେ ପ୍ରଶ୍ନ ଅନେକ ପଚାରିବା ଆରମ୍ଭ କରିଛନ୍ତି।
ଆହୁରି ପଢ଼ନ୍ତୁ: Fake Doctor In UttarPradesh: ଭିଣୋଇଙ୍କ ଡିଗ୍ରୀ ବ୍ୟବହାର କରି ୩ ବର୍ଷ ଧରି ରୋଗୀ ଚିକିତ୍ସା କରୁଥିଲେ ଇଞ୍ଜିନିୟର, ଭଉଣୀ କଲା ପର୍ଦ୍ଦାଫାଶ
Follow Us