ଛାଡ଼ପତ୍ର ପରେ ଆରଜେଙ୍କ ପ୍ରେମରେ ଚହଲ ! ସାଥୀରେ କଟାଉଛନ୍ତି ସମୟ

ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଅନ୍ୟ ଜଣେ ଯୁବତୀଙ୍କ ସହ ସମୟ କଟାଉଛନ୍ତି ଚହଲ।

tmahaves

ମୁମ୍ବାଇ: ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହୋଇଯାଇଥିବା ନେଇ ଖବର ଆସିସାରିଛି। କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେ, କୋର୍ଟ ଦୁହିଁଙ୍କ ଛାଡ଼ପତ୍ରକୁ ମଞ୍ଜୁର କରିଛନ୍ତି। ଏହି ଚର୍ଚ୍ଚା ମଧ୍ୟରେ ଏବେ ୟୁଜି ଅନ୍ୟଜଣେ ଯୁବତୀଙ୍କ ସହିତ ସମୟ କଟାଉଥିବାର ନଜର ଆସିଛନ୍ତି | ଯୁବତୀଜଣକ ହେଉଛନ୍ତି ଆରଜେ ମହବଶ।

ୟୁଜବେନ୍ଦ୍ର ଚହଲଙ୍କ ସହ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରବିବାର ଦୁବାଇରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଖେଳାଯାଇଥିବା ବେଳେ ଏହି ସମୟରେ ଜଣେ ଯୁବତୀଙ୍କ ସହ ଚହଲ ନଜର ଆସିଥିଲେ। ଷ୍ଟାଡିୟମରେ ଲାଗିଥିବା କ୍ୟାମେରାରେ ଦୁହେଁ ହସୁଥିବାର ଭିଡିଓ କଏଦ ହୋଇଥିଲା। ଏହା ସହ ମହବଶ ମଧ୍ୟ ନିଜ ଇନଷ୍ଟାରେ ଚହଲଙ୍କ ସହ କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଦୁହେଁ ଭାରତର ବିଜୟକୁ ପାଳନ କରୁଥିବା ଦେଖାଯାଇଛି। ଫଟୋ ସେୟାର କରି ମହବଶ ଲେଖିଛନ୍ତି, 'କହିଥିଲି ନା ଜିତାଇକି ଆସିବି। ମୁଁ ଭାରତୀୟ ଟିମ୍ ପାଇଁ ଶୁଭ।' ତାଙ୍କର ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହା ପୂର୍ବରୁ ଗତବର୍ଷ ମହବିଶ, ଚହଲଙ୍କ ସହ କିଛି ଫଟୋ ସେୟାର କରିଥିଲେ। ଫଟୋରେ ଚହଲ, ମହବଶ ଏବଂ କିଛି ବନ୍ଧୁଙ୍କ ସହ ସମୟ କଟାଉଥିବାର ଦେଖାଯାଇଥିଲା। ଆରଜେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଫଟୋ ସେୟାର କରିବା ପରେ ଏହା ଭାଇରାଲ ହୋଇଥିଲା | ସେ ସମୟରେ ୟୁଜବେନ୍ଦ୍ରଙ୍କ ସହ ନାମ ଯୋଡ଼ାଯିବାରୁ ବିରକ୍ତି ପ୍ରକାଶ କରିଥିଲେ ମହବଶ ।

ସେ କହିଥିଲେ, "ସୋସିଆଲ ମିଡିଆରେ କିଛି ଲେଖା ଏବଂ ଗୁଜବ ପ୍ରଚାର ହେଉଛି। ଏହି ଗୁଜବଗୁଡ଼ିକ କେତେ ଭିତ୍ତିହୀନ ତାହା ଦେଖିବା ପ୍ରକୃତରେ ମଜାଦାର। ଯଦି ଆପଣ କୌଣସି ପୁଅ ସହିତ ବାହାରକୁ ଯାନ୍ତି, ତେବେ ଆପଣ ସେହି ବ୍ୟକ୍ତିଙ୍କୁ ଡେଟ୍ କରୁଛନ୍ତି କି? ତାହେଲେ ଆପଣ ସମସ୍ତେ କେତେ ଜଣଙ୍କୁ ଡେଟ୍ କରୁଛନ୍ତି? ମୁଁ ୨-୩ ଦିନ ହେଲାଣି ଧର୍ଯ୍ୟ ଧରି ରହିଥିଲି | କିନ୍ତୁ ଏବେ ଆଉ ନୁହେଁ | ଅନ୍ୟର ଭାବମୂର୍ତ୍ତିକୁ ସୁଧାରିବାକୁ ଯାଇ ପିଆର ଦଳକୁ ମୋ ଭାବମୂର୍ତ୍ତିକୁ ଖରାପ କରିବାକୁ ଦେବି ନାହିଁ। କଠିନ ସମୟରେ ଲୋକମାନଙ୍କୁ ସେମାନଙ୍କ ବନ୍ଧୁ ଏବଂ ପରିବାର ସହିତ ଶାନ୍ତିରେ ରହିବାକୁ ଦିଅନ୍ତୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe