ଚହଲଙ୍କୁ ପ୍ରଶଂସାରେ ପୋତି ପକାଇଲେ ଆରଜେ ମହବେଶ

tbhggfr

ନୂଆଦିଲ୍ଲୀ: କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ଏବେ ନିଶ୍ଚିତ ହୋଇସାରିଛି। ଆଇପିଏଲ ଆରମ୍ଭ ପୂର୍ବରୁ ଦମ୍ପତିଙ୍କ ଛାଡପତ୍ର ଉପରେ ଚୂଡ଼ାନ୍ତ ରାୟ ଶୁଣାଇଥିଲେ କୋର୍ଟ। ଭରଣପୋଷଣ ବାବଦକୁ ଟଙ୍କା ଦେବା ପରେ ଦମ୍ପତ୍ତି ଅଲଗା ହୋଇଥିଲେ। ଛାଡ଼ପତ୍ର ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରୁ ୟୁଜଭେନ୍ଦ୍ର ଚହଲଙ୍କ ନାମ ଆରଜେ ମହବେଶଙ୍କ ସହ ଯୋଡାଯାଉଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ, ଚହଲଙ୍କୁ ତାଙ୍କ ତଥାକଥିତ ପ୍ରେମିକା ଆରଜେ ମହବଶଙ୍କ ସହ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବାର ଦେଖାଯାଇଥିଲା, ଯାହା ପରେ ସେମାନଙ୍କ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା।

ଏହା ପରେ ଆରଜେ, ଅନେକ ଥର ଚହଲଙ୍କ ପ୍ରଶଂସା କରି ଚର୍ଚ୍ଚାକୁ ବଢ଼ାଇଛନ୍ତି। ଏବେ ସେ ପୁଣି ସେଭଳି କିଛି କରିଛନ୍ତି। ଆଇପିଏଲ ୨୦୨୫ର ୪୯ତମ ମ୍ୟାଚ୍‌ରେ, ୟୁଜଭେନ୍ଦ୍ର ଚହଲଙ୍କୁ ପୁଣି ଥରେ ତାଙ୍କର ଜବରଦସ୍ତ ଫର୍ମରେ ଦେଖିବାକୁ ମିଳିଥିଲା। ମ୍ୟାଚ୍ ସମୟରେ ସେ ସିଏସକେ ବିପକ୍ଷରେ ୧୯ତମ ଓଭରରେ ମୋଟ ଚାରୋଟି ୱିକେଟ ନେଇଥିଲେ। କେବଳ ଏତିକି ନୁହେଁ, ସେ ଶେଷ ତିନୋଟି ବଲ୍‌ରେ କ୍ରମାଗତ ତିନୋଟି ସଫଳତା ପାଇ ହ୍ୟାଟ୍ରିକ୍ ମଧ୍ୟ ହାସଲ କରିଥିଲେ, ଯାହା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

Latest and Breaking News on NDTV

ଏହି ସମୟରେ ତାଙ୍କ ତଥ‌ାକଥିତ ପ୍ରେମିକା ଆରଜେ ମହବେଶ ମଧ୍ୟ ତାଙ୍କୁ ପ୍ରଶଂସା କରି ତାଙ୍କର ଖୁସି ପ୍ରକାଶ କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଚହଲଙ୍କ ପ୍ରଶଂସା କରି ସେ ଲେଖିଛନ୍ତି, 'କ’ଣ ଈଶ୍ବର ତାଙ୍କ କାମ ଆରମ୍ଭ କଲେଣି ?' ଏହା ବ୍ୟତୀତ, ଅନେକ ଇମୋଜି ବ୍ୟବହାର କରି ସେ ଲେଖିଛନ୍ତି, 'ୟୁଜଭେନ୍ଦ୍ର ଚହଲ, ଜଣେ ଯୋଦ୍ଧାର ଶକ୍ତି।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe