ଡେଟିଂ ଚର୍ଚ୍ଚା ଭିତରେ ଚହଲଙ୍କୁ ପ୍ରଶଂସାରେ ପୋତି ପକାଇଲେ ମହାବେଶ୍

bsnabihk

ମୁମ୍ବାଇଅଳପ ରନ୍, ହେଲେ ଅଧିକ ରୋମାଞ୍ଚ। ଏଭଳି ଏକ ସ୍ଥିତି‌ରେ ମଙ୍ଗଳବାର ମାତ୍ର ୧୧୧ ରନ୍‌କୁ ସୁରକ୍ଷିତ ରଖି ପଞ୍ଜାବ କିଙ୍ଗ୍ସ ଗତଥର ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ନାଟକୀୟ ଭାବେ ୧୬ ରନ୍‌ରେ ହରାଇ ଦେଇଥିଲା। ତୀବ୍ର ଉତ୍କଣ୍ଠାପୂର୍ଣ୍ଣ ତଥା ନାଟକୀୟ ମୋଡ଼ ବଦଳାଇଥିବା ଏହି ମ୍ୟାଚ୍‌ରେ କୋଲକାତା ୨ ରନ୍‌ରେ ଦୁଇ ଓପନର୍‌ଙ୍କୁ ହରାଇଥିଲା। ତେବେ ଇମ୍ପାକ୍ଟ ଖେଳାଳି ଅଙ୍ଗକ୍ରିସ୍ ରଘୁବଂଶୀଙ୍କ ଦ୍ରୁତ ୩୭ ରନ୍ ବଳରେ ମ୍ୟାଚ୍‌କୁ ଆତ୍ମବିଶ୍ବାସର ସହ ଫେରିଥିଲା। ତଥାପି ପଞ୍ଜାବ ବୋଲର ସାହସ ହରାଇ ନଥିଲେ। ବି‌ଶେଷ କରି ସ୍ପିନର ୟୁଝବେନ୍ଦ୍ର ଚହଲ ଏକାକୀ ୪ ୱିକେଟ୍ ନେଇ ପଞ୍ଜାବକୁ ଆଶା ଦେଇଥିଲେ। ଚହଲଙ୍କ ପ୍ରଦର୍ଶନ ପରେ ସମସ୍ତେ ଏବେ ତାଙ୍କୁ ପ୍ରଶଂସା କରୁଥିବା ବେଳେ ତାଙ୍କର ତଥାକଥିତ ପ୍ରେମିକା ଆରଜେ ମହାବେଶ୍ ଏକ ପୋଷ୍ଟ କରି ଚର୍ଚ୍ଚା ବଢ଼ାଇଛନ୍ତି।

Latest and Breaking News on NDTV

ଚହଲଙ୍କ ସହ ଏକ ସେଲ୍‌ଫି ଇନଷ୍ଟା ଷ୍ଟାଟସରେ ସେୟାର କରି ଆରଜେ ମହାବେଶ ଲେଖିଛନ୍ତି, "କେତେ ପ୍ରତିଭାଶାଳୀ ବ୍ୟକ୍ତି! ଏହି କାରଣରୁ ଆଇପିଏଲର ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି! ଅସମ୍ଭବ!" ତାଙ୍କର ଏହି ପୋଷ୍ଟ ପରେ ଏବେ ଦୁହିଁଙ୍କ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe