ଆର୍‌ଏନ୍‌ ସି˚ହଦେଓ ସ୍ମାରକୀ ରାଜ୍ୟ ଓପନ୍‌ ଟିଟି, ଶ୍ବେତପଦ୍ମା, ସାହିଲଙ୍କୁ ତ୍ରିମୁକୁଟ

Advertisment
ଆର୍‌ଏନ୍‌ ସି˚ହଦେଓ ସ୍ମାରକୀ ରାଜ୍ୟ ଓପନ୍‌ ଟିଟି, ଶ୍ବେତପଦ୍ମା, ସାହିଲଙ୍କୁ ତ୍ରିମୁକୁଟ

????????????????????????????????????

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟେବୁଲ ଟେନିସ୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ଆୟୋଜିତ ତୃତୀୟ ଆରଏନ୍‌ ସି˚ହଦେଓ ରାଜ୍ୟ ଓପନ୍‌ ଟେବୁଲ ଟେନିସ (ଟିଟି) ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ମନୋହରପୁରସ୍ଥିତ ରିଜର୍ଭ ପୁଲିସ ଇଣ୍ଡୋର ହଲ୍‌ରେ ଖେଳାଯାଇଥିବା ଏହି ପ୍ରତିଯୋଗିତା‌େର ଭୁବନେଶ୍ବରର ‌େସଣ୍ଟ୍‌ ଜାଭିୟର୍ସ ସ୍କୁଲ୍‌ର ଶ୍ବେତପଦ୍ମା ଦଳାଇ ଏବଂ କଟକର ସାହିଲ ସୁମନ ଭୂୟାଁ ତ୍ରିମୁକୁଟ ହାସଲ କରିଛନ୍ତି। ‌ପୁରୁଷ ଏବଂ ମହିଳା ଏକକରେ ଯଥାକ୍ରମେ ଏଜି ଓଡ଼ିଶାର ସ୍ନେହମୟ ମଲ୍ଲିକ ଓ ଭଦ୍ରକର ମୟୂରୀ ଚାଟାର୍ଜୀ ଟ୍ରଫି କରାୟତ କରିଥିଲେ।
କ୍ୟାଡେଟ୍‌ ବାଳିକା ଏକକରେ ରାଉଣ୍ତ ରବିନ ଲିଗ୍‌ରେ ଫଳାଫଳ ବାହାରିଥିଲା। ଏଥିରେ ଶ୍ବେତପଦ୍ମା କଟକର ସ୍ବସ୍ତିକ ଅଦାବରଙ୍କୁ ହରାଇ ଟ୍ରଫି ଜିତିଥିଲେ। ସେହିପରି ଉପକନିଷ୍ଠ ବାଳିକା ଫାଇନାଲ୍‌ରେ ସେ ୧୧-୫, ୧୧-୩, ୧୧-୭, ୧୧-୮ରେ ଖୋର୍ଧାର ସୁଶ୍ରୀ ପଟ୍ଟନାୟକଙ୍କୁ ଏବଂ କିନଷ୍ଠ ବାଳିକାରେ ୪-୨ ଗେମ୍‌ରେ ଖୋର୍ଧାର ୟୋସିତା ଜମୁଲାଙ୍କୁ ହରାଇ ତ୍ରିମୁକୁଟ ହାସଲ କରିଥିଲେ। କ୍ୟାଡେଟ୍‌ ବାଳକ ଏକକରେ ଅନିନ୍ଦ୍ୟ ଅନୁପମ ସାହୁ ୧୧-୫, ୧୧-୬, ୧୧-୪ରେ କଟକର ଜିଜ୍ଞାସୁ ସାହୁଙ୍କୁ ହରାଇ ବିଜେତା ହୋଇଥି‌ଲେ। ସାହିଲ ଉପକନିଷ୍ଠ ଓ କନିଷ୍ଠ ବର୍ଗ ଏକକରେ ଯଥାକ୍ରମେ ଖୋର୍ଧାର ଅଙ୍କୁର ବିଶ୍ବାଳଙ୍କୁ ୧୧-୯, ୧୨-୧୦, ୧୧-୭, ୧୧-୯ରେ, ଭୁବନେଶ୍ବରର କ୍ରିଷନ ପୃଷ୍ଟିଙ୍କୁ ୬-୧୧, ୧୧-୭, ୧୧-୮, ୧୧-୮, ୧୧-୮ରେ ହରାଇଥିଲା ବେଳେ ଯୁବ ବାଳକରେ ମଧ୍ୟ ସେ ବିଜୟୀ ହୋଇ ତ୍ରିମୁକଟ ପାଇଥିଲେ। ମହିଳା ଏକକ ଫାଇନାଲ୍‌ରେ ମୟୂରୀ ୧୧-୫, ୧୧-୮, ୧୧-୭, ୧୩-୧୧ରେ ଏଜି ଓଡ଼ିଶାର ପୌସାଲି ଘଟକଙ୍କୁ ହରାଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ କେ ଶିବା ସୁବ୍ରମଣି, ଉପ ଜିଲ୍ଲାପାଳ ଭେରବ ସିଂହ ପଟେଲ, ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍‌ ସଂଘର ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, କୋଷାଧ୍ୟକ୍ଷ ନିହାର ରଂଜନ ମିଶ୍ର, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ନୀରକ୍ଷକ ଏନ୍‌ ଆଚାର୍ଯ୍ୟ, କରଞ୍ଜିଆ ଏସ୍‌ଡିପିଓ ନାରାୟଣ ନାୟକ, କ୍ରୀଡ଼ା ସଂଗଠକ ବଲାଙ୍ଗୀର ହୋମ୍‌ଗାର୍ଡ ସହକାରୀ କମାଣ୍ଡାଣ୍ଟ କୁମୁଦ ସେଠ୍‌, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ ଅତିଥି ଭାବେ ଉପସ୍ଥିତ ଥି‌େଲ। ବଲାଙ୍ଗୀର ଜିଲ୍ଲା ଟେବୁଲ୍‌ ଟେନିସ୍‌ ସଂଘର ସମ୍ପାଦକ ସୁମିତ ରଂଜନ ପୁରୋହିତ ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe