ଫେଡେରର୍‌ଙ୍କ ଅବସର ଆଭାସ

Advertisment

Roger Federer

Roger Federer

ଫେଡେରର୍‌ଙ୍କ ଅବସର ଆଭାସ

ଜ୍ୟୁରିକ: କିଂବଦନ୍ତି ଟେନିସ ତାରକା ରୋଜର ଫେଡେରର୍‌ ସୋମବାର ସ୍ବିଜରଲାଣ୍ଡରେ ଆୟୋଜିତ ଏକ କ୍ରୀଡ଼ା ପୁରସ୍କ‌ାର ଉତ୍ସବରେ ନିଜ ଅବସରର ଅଭାସ ଦେଇଛନ୍ତି। ‌ଫେଡେରର୍‌ ୨୦୨୦ ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲ୍‌ରେ ‌ବିଜେତା ନୋଭାକ ଜୋକୋଭିକଙ୍କଠୁ ହାରି ବିଦାୟ ନେଇଥିଲେ। ଏହାପରେ ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଥିଲା ଏବଂ ସେ ଜୁନ୍‌ ପ୍ରଥମ ସପ୍ତାହରେ ଖେଳିବେ ବୋଲି ସୂଚନା ଦେଇଥିଲେ। କରୋନା ପାଇଁ ସେ ୟୁଏସ୍‌ ଓପନ୍‌ ଓ ଫ୍ରେଞ୍ଚ ଓପନ୍‌ରୁ ଓହରି ଯାଇଥିଲେ। ‘ମୁଁ ଆଶା କରୁଛି ଆସନ୍ତା ବର୍ଷ ‌ମୋଠାରୁ କିଛି ଖେଳ ଦେଖିବେ। ଯଦି ତାହା ହେବ ତେବେ ଏହି କ୍ରୀଡ଼ା ପୁରସ୍କାର ମୋ ପାଇଁ ଅବିଶ୍ବସନୀୟ ସମାପ୍ତ‌ି ହେବ।’ ବୋଲି ସୋମବାର ସ୍ବିଜରଲାଣ୍ଡର ଶ୍ରେ‌ଷ୍ଠ କ୍ରୀଡ଼ା ପୁରସ୍କାର ଗ୍ରହଣ ବେଳେ ୨୦ ଥରର ଗ୍ରାଣ୍ଡସ୍ଲାମ୍‌ ବିଜେତା ନିଜ ବକ୍ତୃତାରେ କହିଥିଲେ। ମୁଁ ସଂପ୍ରତି ୧୦୦ ପ୍ରତିଶତ ଫିଟ୍‌ ନାହିଁ। ୨୦୨୧ ଅଷ୍ଟ୍ରେଲିଆ ଓପନ୍‌ରେ ଖେଳିବା ଲାଗି ପ୍ରସ୍ତୁତି ଚଳାଇଛି। ଅଷ୍ଟ୍ରେଲିଆନ୍‌ ଓପନ୍‌ ଟିକେ ଡେରିରେ ଆରମ୍ଭ ହେଲେ ମୋତେ ସମୟ ମିଳିଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଜାନୁଆରି ୧୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe