ହାଇଦ୍ରାବାଦକୁ ହରାଇଲେ ରୋହିତ, ବୋଲ୍ଟ

Advertisment

ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଏକତରଫା ଭାବେ ୭ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ନବମ ମ୍ୟାଚ୍‌ରୁ ମୁମ୍ବାଇର ଏହା  ପଞ୍ଚମ ବିଜୟ ଥିଲା। ଅନ୍ୟପକ୍ଷରେ ହାଇଦ୍ରାବାଦ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରିଥିଲା।

ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଏକତରଫା ଭାବେ ୭ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ନବମ ମ୍ୟାଚ୍‌ରୁ ମୁମ୍ବାଇର ଏହା  ପଞ୍ଚମ ବିଜୟ ଥିଲା। ଅନ୍ୟପକ୍ଷରେ ହାଇଦ୍ରାବାଦ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରିଥିଲା।

ddvvc

ହାଇଦ୍ରାବାଦ: ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଏକତରଫା ଭାବେ ୭ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ନବମ ମ୍ୟାଚ୍‌ରୁ ମୁମ୍ବାଇର ଏହା ପଞ୍ଚମ ବିଜୟ ଥିଲା। ଅନ୍ୟପକ୍ଷରେ ହାଇଦ୍ରାବାଦ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରିଥିଲା। ହାଇଦ୍ରାବାଦକୁ ହରାଇବାରେ ମୁମ୍ବ‌ାଇର ଦୁଇ ତାରକା ଖେଳାଳି ଟ୍ରେଣ୍ଟ ବୋଲ୍ଟ (୪/୨୬) ଓ ରୋହିତ ଶର୍ମା (୭୦) ନିର୍ଣ୍ଣାୟକ ଭୂମିକା ନେଇଥିଲେ। ସୂର୍ଯ୍ୟକୁମାର ୟାଦବ ମଧ୍ୟ ୪୦ ରନ୍‌ର ଅପରାଜିତ ପାଳି ଖେଳିଥିଲେ।  ଏହି ପରାଜୟ ସହ ଘରୋଇ ପରିବେଶରେ ହାଇଦ୍ରାବାଦର ସଂଘର୍ଷ ଜାରି ରହିଛି। ପୂର୍ବରୁ ଟାଇଟଲ୍ ଫେଭରିଟ୍ ଆଖ୍ୟା ପାଇଥିବା ଏହି ଦଳ ନବମ ସ୍ଥାନରେ ଘୁଶୁଡ଼ିବା ମଧ୍ୟ କ୍ରିକେଟ୍ ପଣ୍ଡିତଙ୍କୁ ବିସ୍ମିତ କରିଛି। ଅନ୍ୟପକ୍ଷରେ ପ୍ରାରମ୍ଭିକ ଝଟ୍‌କା ପରେ ପୁରୁଣା ଚମକ ଫେରିପାଇବା ମୁମ୍ବାଇ ପ୍ରଶଂସକଙ୍କୁ ଉଲ୍ଲସିତ କରିଛି। ବିଶେଷ କରି ରୋହିତ ଫର୍ମକୁ ଫେରିବା ମୁମ୍ବାଇର ଆତ୍ମବଳକୁ ଯଥେଷ୍ଟ ବଢ଼ାଇ ଦେଇଛି। ଲଗାତାର ଅର୍ଦ୍ଧଶତକ ହାସଲ କରି ସେ ମଧ୍ୟ ନିଜ ଚୟନର ଯଥାର୍ଥ ସମ୍ମାନ ରଖିଛନ୍ତି।

ପୂର୍ବରୁ ଟସ୍ ହାରିବା ହାଇଦ୍ରାବାଦ ପାଇଁ ବୁଧବାର ଏକପ୍ରକାର ଅଭିଶାପ ସାବ୍ୟସ୍ତ ହୋଇଥିଲା। ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ଈଶାନ କିଶନ ଓ ନୀତୀଶ କୁମାର ରେଡ୍ଡୀ ଏକ ଅଙ୍କ ଆଗକୁ ବଢ଼ି ନ ପାରିବା ପରେ ୧୩ ରନ୍‌ରେ ଘୋର ସଙ୍କଟରେ ପଡ଼ିଥିଲା ଏହି ଦଳ। ‌ମୁମ୍ବାଇର ଦୁଇ ଦ୍ରୁତ ବୋଲର ଟ୍ରେଣ୍ଟ  ବୋଲ୍ଟ ଓ ଦୀପକ ଚହର ୫ ଓଭର ଭିତରେ ଦୁଇଟି ଲେଖାଏଁ ୱିକେଟ୍ ବାଣ୍ଟିନେଇ ହାଇଦ୍ରାବାଦର ପୂରା ହୋସ୍‌ ଉଡ଼ାଇ ଦେଇଥିଲେ। ତେବେ ଚହରଙ୍କ ବଲ୍ ବ୍ୟାଟ୍ ଛୁଇଁ ନଥିବା ସ୍ନିକୋ ମିଟରରୁ ଜଣାପଡ଼ିଥିଲେ ମଧ୍ୟ ଅମ୍ପାୟାର ବିନା ଅପିଲରେ ଆଉଟ୍ ଦେବା ଏବଂ ଈଶାନ ଏହାକୁ ରିଭ୍ୟୁ ନକରି ପଡ଼ିଆ ଛାଡ଼ିବା ଉଲ୍ଲେଖନୀୟ ରହିଥିଲା। ଏହା ପରେ ୱିକେଟ୍ ରକ୍ଷକ ହେନରିକ୍ କ୍ଲାସେଁ ୪୪ ବଲ୍‌ରୁ ୭୧ ରନ୍‌ର ପାଳି ଖେଳି ସ୍ଥିତି ସୁଧାରିଥିଲେ। ପୁଣି ଇମ୍ପାକ୍ଟ ପ୍ଲେୟର ଅଭିନବ ମନୋହରଙ୍କ ୪୩ ରନ୍ ବଳରେ ହାଇଦ୍ରାବାଦ ୮ ୱିକେଟ୍ ବିନିମୟରେ ୧୪୩ ରନ୍ କରି ସମ୍ମାନ ରଖିଥିଲା।

ସଂକ୍ଷିପ୍ତ ସ୍କୋର୍: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୪୩/୮ (ହେନରିକ୍ କ୍ଲାସେଁ ୭୧, ଅଭିନବ ମନୋହର ୪୩, ଟ୍ରେଣ୍ଟ ବୋଲ୍ଟ ୪/୨୬, ଦୀପକ ଚହର ୨/୧୨, ହାର୍ଦିକ ପାଣ୍ଡ୍ୟା ୧/୩୧)। ମୁମ୍ବାଇ ଇଣ୍ଡିଆନ୍ସ ୧୫.୪ ଓଭରରେ ୧୪୬/୩ (ରୋହିତ ଶର୍ମା ୭୦, ସୂର୍ଯ୍ୟକୁମାର ୟାଦବ ୪୦*, ୱିଲ୍ ଜ୍ୟାକ୍ସ ୨୨, ଜୟଦେବ ଉନାଦକଟ ୧/୨୫)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe