ରୋହିତ ଦେଖି ନଥିଲେ କାର୍ତ୍ତିକଙ୍କ ଶେଷ ବଲରେ ‘ଛକା’କୁ, କାରଣ ଜାଣନ୍ତୁ

Advertisment
ରୋହିତ ଦେଖି ନଥିଲେ କାର୍ତ୍ତିକଙ୍କ ଶେଷ ବଲରେ ‘ଛକା’କୁ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ନିଦାହାସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ରବିବାର ୨ୟ ଇନିଂସର ଶେଷ ବଲରେ ଭାରତକୁ ୫ରନ୍‌ ଦରକାର ଥିବା ବେଳେ ପୁରା ବିଶ୍ୱରେ ଦର୍ଶକ ଓ ପ୍ରଶଂସକ ଏକ ଦ୍ୱନ୍ଦ ଭିତରେ ଉବୁଟୁବୁ ହେଉଥାନ୍ତି। ବାଂଲାଦେଶୀ ବୋଲର ସୌମ୍ୟ ସରକାର ଓ ଭାରତୀୟ ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକଙ୍କ ଉପରେ  ସମସ୍ତଙ୍କ ନଜର ଥିବା ବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହତି ଶର୍ମାଙ୍କ ପାଇଁ  ମୂହୁର୍ତ୍ତ ଥିଲା ଅଲଗା। ସେ କାର୍ତ୍ତିକଙ୍କ ବିସ୍ମୟ ‘ଛକା’ ଦେଖି ନଥିଲେ ବୋଲି ଜାତୀୟ ଗଣମାଧ୍ୟମକୁ କହିଛନ୍ତି।

କାରଣ ଥିଲା ଯେ, ରୋହିତ ସୁପର ଓଭର ପାଇଁ ପ୍ରସ୍ତୁତ ହେଉଥିଲେ। ଯଦି କାର୍ତ୍ତିକ ଶେଷ ବଲ ଚୌକା ମାରନ୍ତି, ତା’ହେଲେ ସୁପର ଓଭର ସୁନିଶ୍ଚିତ। ଡେସିଂ ରୁମକୁ ଯାଇ ମୁଁ ପ୍ୟାଡ ପିନ୍ଧୁଥିଲି। ମ୍ୟାଚ୍‌ ବିଜୟ ପରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି। ଚାପ ସମୟରେ କାର୍ତ୍ତିକ କ’ଣ କରିପାରିବେ ତାଙ୍କୁ ମୁଁ ଭଲ ଭାବରେ ଜାଣିଛି। କାରଣ ସେ ଆଇପିଏଲ୍‌ରେ ମୋ ସହିତ ମୁମ୍ବାଇ ଇଣ୍ଡିଆନ୍‌ରେ ଖେଳିଛନ୍ତି। ତାଙ୍କ ବ୍ୟାଟ୍‌ କ’ଣ କରିପାରେ ତାହା ଭଲ ଭାବରେ ଜାଣିଛି।

ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ରୋମାଞ୍ଚକ ମ୍ୟାଚ୍‌ରେ  ଭାରତ ୬ ଓ୍ଵିକେଟ୍‌ ହରାଇ ୧୬୮ ରନ୍‌ ସଂଗ୍ରହ କରିବା ସହିତ ବାଂଲାଦେଶକୁ ପରାସ୍ତ କରିଛି। ନିଦାହାସ ଟ୍ରଫିର ଫାଇନାଲରେ ରବିବାର ରୋହିତ ଶର୍ମା(୫୬) ଓ ଦିନେଶ କାର୍ତ୍ତିକ(୨୯) ବିସ୍ଫୋରକ ବ୍ୟାଟିଂ କରିଥିଲେ। ଶେଷ ୩ ଓଭରରେ ଭାରତୀୟ ବ୍ୟାଟ୍ସମ୍ୟାନ ଚାପଗ୍ରସ୍ତ ହୋଇ ଖେଳୁଥିଲେ। ୨୦ତମ ଓଭରରେ ଭାରତକୁ ୧୨ ରନ୍‌ ଆବଶ୍ୟକ ଥିବା ବେଳେ କାର୍ତ୍ତିକ ସଙ୍କଟମୋଚନ ସାଜି ଭାରତ ପାଇଁ ବିଜୟ ଆଣିଦେଇଛନ୍ତି। ସେ ଅନ୍ତିମ ବଲକୁ ଛକା ମାରି ଭାରତକୁ ବିଜୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe