ଭାରତ-ନ୍ୟୁଜିଲାଣ୍ଡ୍‌ ଟେଷ୍ଟ ଶୃଙ୍ଖଳାରୁ ଓହରିଲେ ରୋହିତ: ରାହାଣେ ପ୍ରଥମ ଟେଷ୍ଟ୍‌ରେ ଅଧିନାୟକ

Advertisment

ଦିନିକିଆ ନେତୃତ୍ବ ନେଇ କୋହଲିଙ୍କ ସହ କଥା ହେବ ବିସିସିଆଇ

ଦିନିକିଆ ନେତୃତ୍ବ ନେଇ କୋହଲିଙ୍କ ସହ କଥା ହେବ ବିସିସିଆଇ

ଭାରତ-ନ୍ୟୁଜିଲାଣ୍ଡ୍‌ ଟେଷ୍ଟ ଶୃଙ୍ଖଳାରୁ ଓହରିଲେ ରୋହିତ: ରାହାଣେ ପ୍ରଥମ ଟେଷ୍ଟ୍‌ରେ ଅଧିନାୟକ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରୁ ରୋହିତ ଶର୍ମା ଓହରିଯିବାରୁ କାନପୁରରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଅଜିଙ୍କ୍ୟ ରାହାଣେ ଭାରତୀୟ ଦଳର ନେତୃତ୍ବ ନେବେ। ପୂର୍ବରୁ ପ୍ରଥମ ଟେଷ୍ଟ୍‌ରୁ ସ୍ଥାୟୀ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। ନିଜ ଉପରୁ କାର୍ଯ୍ୟଭାର ହ୍ରାସ କରିବା ଲକ୍ଷ୍ୟରେ ରୋହିତ ଶର୍ମା ଓହରିଯିବାରୁ ଏଭଳି ପରିବର୍ତନ କରାଯାଇଛି। ଗୁରୁବାର ଚୟନକର୍ତାମା‌ନଙ୍କ ବୈଠକ ପରେ ଏକଥା ମଧ୍ୟ ବିଶ୍ବାସ କରାଯାଉଛି ଟେଷ୍ଟ୍‌ ଶୃଙ୍ଖଳାରୁ ମଧ୍ୟ ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, ଋଷଭ ପନ୍ତ୍‌ ଏବଂ ଶାର୍ଦୁଳ ଠାକୁର ପ୍ରମୁଖଙ୍କୁ ବିଶ୍ରାମ ଦିଆଯିବ। ଫର୍ମରେ ଥିବା କେଏଲ୍ ରାହୁଲଙ୍କ ପ୍ରାରମ୍ଭିକ ସାଥି ଭା‌ବେ ଶୁଭମନ ଗିଲ୍‌ ଏବଂ ମୟଙ୍କ ଅଗ୍ରୱାଲ୍‌ ମନୋନୀତ ହେବା ନିଶ୍ଚିତ ଲାଗୁଛି। ରିଦ୍ଧିମାନ ସାହା ପ୍ରଥମ ପସନ୍ଦର ୱିକେଟରକ୍ଷକ ଅଛନ୍ତି। ମଧ୍ୟକ୍ରମରେ ଅଜିଙ୍କ୍ୟ ରାହାଣେ ଏବଂ ହନୁମା ବିହାରୀ ରହିବେ। ଶେଷ ଥର ପାଇଁ ବିହାରୀ ଜାନୁଆରି ମାସର ସିଡନି ଟେଷ୍ଟ୍‌ରେ ଖେଳିଥିଲେ।

ମୁମ୍ବାଇ: ଟ୍ବେଣ୍ଟି-୨୦ ଅଧିନାୟକ ପଦ ଛାଡ଼ିବା ପରେ ବିରାଟ ‌କୋହଲି ଭାରତୀୟ ଏକଦିବସୀୟ କ୍ରିକେଟ୍ ଦଳର ଅଧିନାୟକ ରହିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଏଥିନେଇ ବିସିସିଆଇ ଜାନୁଆରି ୧୧, ୨୦୨୨ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ପରେ କଥା ହେବ। ଟ୍ବେଣ୍ଟି-୨୦ ଭଳି ଏକଦିବସୀୟ ଅଧିନାୟକ ପଦ ‌ରୋହିତ ଶର୍ମା ନେବାର ସମ୍ଭାବନା ବି ଅଧିକ। ସେହିଭଳି ଏହି ଫର୍ମାଟ୍‌ରେ ମଧ୍ୟ କେଏଲ୍ ରାହୁଲ ଉପଅଧିନାୟକ ନିଯୁକ୍ତ ହୋଇପାରନ୍ତି। ବିସିସିଆଇ ଚାହେଁ ଯେ କୋହଲି ଅଧିନାୟକ ଚାପରୁ ମୁକୁଳି ନିଜ ପ୍ରଦର୍ଶନ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ପୁଣି ଥରେ ଚମତ୍କାର ଫର୍ମକୁ ଫେରନ୍ତୁ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରୁ କୋହଲି ଓହରି ଯାଇଥିଲା ବେଳେ ରୋହିତ ଶର୍ମାଙ୍କୁ ବିଶ୍ରାମ ମିଳିଛି। ଏଭଳି ସ୍ଥିତିରେ ଆଗାମୀ ୬ ମାସ ମଧ୍ୟରେ ଭାରତୀୟ କ୍ରିକେଟ୍‌ରେ ବହୁ ନାଟକୀୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ପ୍ରମୁଖ ଦାବିଦାର ଭାବେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ପରେ ଭାରତ ସୁପର-୧୨ ପର୍ଯ୍ୟାୟରୁ ବିଦା‌ୟ ନେଇଥିଲା। ଯାହା ବିସିସିଆଇକୁ ଅଧିକ କ୍ଷୁବ୍ଧ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe