ଦିନିକିଆରେ ୨୫୦ ଛକା ମାରିବାରେ ରୋହିତ ପ୍ରଥମ ଭାରତୀୟ

Advertisment
ଦିନିକିଆରେ ରୋହିତଙ୍କ ୯୫୦୦ ରନ୍‌

CricketNMore.com

ନୂଆଦିଲ୍ଲୀ: ମଙ୍ଗଳବାର ଲଣ୍ଡନର ଦ ଓଭାଲ ପଡ଼ିଆରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌କୁ ଭାରତୀୟ ଦଳ ୧୦ ୱିକେଟ୍‌ରେ ଜିତି ନେଇଥିଲା। ବିଶେଷକରି ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଅଗ୍ନୀବର୍ଷି ବୋଲିଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଭାରତ ଏଭଳି ବିଜୟର ସ୍ବାଦ ଚାଖିଥିଲା। ଏହି ମ୍ୟାଚ୍‌ରେ ରୋହିତ ୫୮ ବଲ୍‌ରୁ ୭୬ ରନ୍‌ କରି ଅପରାଜିତ ରହିଥିଲେ। ସେହି ପାଳିରେ ସେ ୭ ଚୌକା ଓ ୫ ଛକା ମାରିଥିଲେ। ଫଳରେ ଏହି ପାଳି ଅବସରରେ ରୋହିତ ମଧ୍ୟ ଏକ ଭାରତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ।

ରୋହିତ ଏହି ମ୍ୟାଚ୍‌ ଜରିଆରେ ବ୍ୟକ୍ତିଗତ ଭାବେ ଦିନିକିଆ ଆନ୍ତର୍ଜାତିକରେ ୨୫୦* ଛକା ମାରିବାର ମାଇଲଖୁଣ୍ଟ ଛୁଇଁଥିଲେ। ଆଉ ଏହା କରିବାରେ ରୋହିତ ପ୍ରଥମ ଭାରତୀୟ ବିବେଚିତ ହୋଇଥିଲେ। ପୁଣି ସର୍ବାଧିକ ଦିନିକିଆ ଆନ୍ତର୍ଜାତିକ ଛକା ତାଲିକାରେ ସେ ଚତୁର୍ଥ ବ୍ୟାଟର୍‌ ହୋଇଛନ୍ତି। ତାଙ୍କଠୁ ଅଧିକ ଛକା ମାରିବା ତାଲିକାରେ ପାକିସ୍ତାନର ସାହିଦ ଆଫ୍ରିଦି (୩୫୧), ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ (୩୩୧) ଏବଂ ଶ୍ରୀଲଙ୍କାର ସନତ ଜୟସୂରିଆ (୨୭୦) ରହିଛନ୍ତି। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୨୨୯) ଏହି ତାଲିକାର ପଞ୍ଚମରେ ରହିଛନ୍ତି। ଏସମସ୍ତେ କ୍ରିକେଟ୍‌ରୁ ଅପସରି ଯାଇଥିଲା ବେଳେ କେବଳ ସକ୍ରିୟ କ୍ରିକେଟର୍‌ ଭାବେ ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗପ୍ଟିଲ (୨୨୯) ରୋହିତଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe