୧୦,୦୦୦ ଟ୍ବେଣ୍ଟି-୨୦ ରନ୍‌ କରିବାରେ ରୋହିତ ବିଶ୍ବର ସପ୍ତମ

ରୋହିତଙ୍କ ଏକାଧିକ ରେକର୍ଡ: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା, ବିଶ୍ବକପ୍‌ରେ ସର୍ବାଧିକ ଶତକ

ମୁମ୍ବାଇ: ବୁଧବାର ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସ ଅଧିନାୟକ ରୋହିତ ଶର୍ମା ୨୫ ରନ୍‌ କରିଥିଲେ। ଏହି ଅବସରରେ ସେ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ୧୦,୦୦୦ ରନ୍‌ ପୂରଣ କରିଥିଲେ। ଭାରତୀୟ ଦଳର ଅଧିନାୟକ ଏହି ମାଇଲଖୁଣ୍ଟ ଛୁଇଁବାରେ ବିରାଟ କୋହଲିଙ୍କ ପରେ ଦ୍ବିତୀୟ ଭାରତୀୟ ଏବଂ ମୋଟ ଉପରେ ବିଶ୍ବର ସପ୍ତମ ଖେଳାଳି ହୋଇଛନ୍ତି। ରୋହିତ ମୋଟ ୩୬୨ ପାଳିରୁ ୧୦,୦୦୦ ରନ୍‌ ପୂରଣ କରିଥିଲା ବେଳେ ତାଙ୍କ ପୂର୍ବରୁ ଆଇପିଏଲ୍‌ର ଗତ ସଂସ୍କରଣ ଅବସରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗା‌ଲୋରର ପୂର୍ବତନ ଅଧିନାୟକ କୋହଲି ଏହି କ୍ଲବ୍‌ରେ ସାମିଲ ହୋଇସାରିଥିଲେ। କ୍ରିକେଟ୍‌ର ଏହି ଫଟାଫଟ ଫର୍ମାଟ୍‌ରେ ୧୦,୦୦୦ ରନ୍‌ କ୍ଲବ୍‌ରେ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ (୧୪,୫୬୨ ରନ୍‌) ଶୀର୍ଷରେ ରହିଥିଲା ବେଳେ ପାକିସ୍ତାନର ସୋଏବ ମଲ୍ଲିକ (୧୧,୬୯୮), ୱେଷ୍ଟଇଣ୍ଡିଜ୍‌ ଅଧିନାୟକ କିରଣ ପୋଲାର୍ଡ (୧୧,୪୭୪), ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ୍‌ (୧୦,୪୯୯), ବିରାଟ କୋହଲି (୧୦,୩୭୯) ଏବଂ ଅଷ୍ଟ୍ରେଲୀୟ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର (୧୦,୩୭୩) ଯଥାକ୍ରମେ ଦ୍ବିତୀୟରୁ ଷଷ୍ଠ ସ୍ଥାନରେ ରହିଛନ୍ତି। ହେଲେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୧୧୭ ପାଳିରୁ ୩୩୧୩ ରନ୍‌ କରି ରୋହିତ ଶର୍ମା ସର୍ବାଧିକ ରନ୍‌ ସ୍କୋରର୍‌ ରହିଛନ୍ତି। ସେ ମଧ୍ୟ ୪ ଶତକ ହାସଲ କରି କୀର୍ତ୍ତିମାନ ଅତୁଟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe