ମନ୍ଥର ବୋଲିଂ ପାଇଁ ରୋହିତଙ୍କୁ ୨୪ ଲକ୍ଷ ଜରିମାନା

Advertisment
ସମାଇରାଙ୍କ ପାଇଁ ଟ୍ରଫି ଜିତିବାକୁ ରିତିକାଙ୍କୁ ପ୍ରତିଶ୍ରୁତି ଦେଲେ ରୋହିତ

ମୁମ୍ବାଇ: ବୁଧବାର ପୁଣେର ଏମ୍‌ସିଏ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ଆଇପିଏଲ୍‌ ମ୍ୟାଚ୍‌ରେ ମନ୍ଥର ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍‌ସ ଦଳ ଦଣ୍ଡିତ ହୋଇଛି। ଆଇପିଏଲ୍‌ ନିୟମ ଅନୁଯାୟୀ ଏଭଳି ଅପରାଧ ପାଇଁ ଦଣ୍ଡବିଧାନ ରହିଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍‌ସ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା ଲଦି ଦିଆଯାଇଛି। ଏହା ବ୍ୟତୀତ ଦଳର ଚୂଡାନ୍ତ ଏକାଦଶରେ ସାମିଲ ଥିବା ସମସ୍ତ ଖେଳାଳିଙ୍କ ଉପରେ ୬ ଲକ୍ଷ କିମ୍ବା ସେମାନଙ୍କ ମ୍ୟାଚ୍‌ ପାଉଣାର ୨୫ ପ୍ରତିଶତ (ଯେଉଁଟା କମ୍‌) ଜରିମାନା ଦଣ୍ଡ ଦିଆଯାଇଛି। ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସ ଏହାକୁ ମିଶାଇ ଦ୍ବିତୀୟ ଥର ଦଣ୍ଡିତ ହୋଇଛି। ସମାନ ମନ୍ଥର ବୋଲିଂ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଏହି ଦଳ ୧୨ ଲକ୍ଷ ଟଙ୍କାର ଜରିମାନା ଗଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe