ଟେଷ୍ଟ୍‌ ଦଳରେ ଯୋଗଦେଲେ ରୋହିତ

Advertisment
ଟେଷ୍ଟ୍‌ ଦଳରେ ଯୋଗଦେଲେ ରୋହିତ

Cricket Addictor

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍ ଖେଳିବାକୁ ଲଣ୍ଡନ୍‌ରେ ଥିବା ଭାରତୀୟ କ୍ରିକେଟ୍ ଦଳ ତାର ଅବସ୍ଥାନ ଲଣ୍ଡନରୁ ଲିସେଷ୍ଟରସାୟାରକୁ ବଦଳାଇଛି। ସେଠାରେ ଦଳ ସହ ଯୋଗଦେଇଛନ୍ତି ଅଧିନାୟକ ରୋହିତ ଶର୍ମା। ସମଗ୍ର ଲିସେଷ୍ଟରସାୟାରରେ ଗୋଟିଏ ସପ୍ତାହ ପାଇଁ ଅଭ୍ୟାସ କରିବ। ଏହି ଅବସରରେ ଭାରତୀୟ ଦଳ ଲିସେଷ୍ଟରସାୟାର କାଉଣ୍ଟି ଦଳ ବିପକ୍ଷରେ ଏକ ଚାରି ଦିନିଆ ଅଭ୍ୟାସ ମ୍ୟାଚ୍‌ ବି ଖେଳିବ। ଏହି ମ୍ୟାଚ୍ ଶୁକ୍ରବାରଠାରୁ ଆରମ୍ଭ ହେବ। ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଜୁଲାଇ ପହିଲାରୁ ବର୍ମିଂହାମର ଏଜବାଷ୍ଟନଠାରେ ଖେଳାଯିବ। ବିରାଟ କୋହଲି, ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଦେଜା, ଚେତେଶ୍ବର ପୂଜାରାଙ୍କୁ ନେଇ ପ୍ରଥମ ଦଫା ଭାରତୀୟ ଦଳ ଗତ ୧୬ ତାରିଖରେ ଲଣ୍ଡନ ଯାଇଥିଲା। ଅଧିନାୟକ ରୋହିତ ଦିନକ ପରେ ସେଠାକୁ ଯାଇଥିଲେ। ଶ୍ରେୟସ୍ ଆୟର ଏବଂ ଋଷଭ ପନ୍ତଙ୍କ ଭଳି ଖେଳାଳି ତୃତୀୟ ତଥା ଶେଷ ଦଫାରେ ବେଙ୍ଗାଲୁରୁଠାରୁ ଲଣ୍ଡନ ବାଟ ଦେଇ ଲିସେଷ୍ଟରସାୟାରରେ ପହଞ୍ଚିବେ। ଉଭୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳୁଥିଲେ। ଲିସେଷ୍ଟରସାୟାରରେ ଭାରତୀୟ ଦଳ ଅଭ୍ୟାସ କରୁଥିବାର ଫଟୋ ବିସିସିଆଇ ନିଜ ଟ୍ବିଟର ପୃଷ୍ଠାରେ ବି ପ୍ରକାଶ କରିଛି। ଏଥି‌ରେ ରୋହିତଙ୍କ ଉପସ୍ଥିତି‌ରେ ‌ନେଟ୍ ବୋଲର କମଲେଶ ନାଗରକୋଟୀ, ଶାର୍ଦୁଳ ଠାକୁର, ଯଶପ୍ରୀତ ବୁମ୍‌ରା ପ୍ରମୁଖ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe