ପ୍ରଶଂସକଙ୍କ ସହ ଫଟୋ ଉଠାଇ ଅଡ଼ୁଆରେ ରୋହିତ, କୋହଲି

ରୋହିତ ଫେରିଲେ: ଆଜି ଦ୍ବିତୀୟ ଦିନିକିଆ

ଲିସେଷ୍ଟରସାୟାର: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳର ଦୁଇ ବରିଷ୍ଠ ସଦସ୍ୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ବିନା ମାସ୍କରେ ପ୍ରଶଂସକଙ୍କୁ ଭେଟିବା ବିସିସିଆଇକୁ କ୍ଷୁବ୍ଧ କରିଛି। ଏଥିଲାଗି ବିସିସିଆଇ ମଧ୍ୟ ଉଭୟ ଖେଳାଳିଙ୍କୁ ଆନୁଷ୍ଠାନିକ ଭାବେ ତାଗିଦ କରିଥିବାର ସଙ୍କେତ ଦେଇଛି। ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ କୋଭିଡ୍ ସଂକ୍ରମିତ ହେବା ଦଳ ପାଇଁ ଏକ ଶକ୍ତ ଧକ୍କା ହୋଇଥିଲା ବେଳେ ଅନ୍ୟ କୌଣସି ଖେଳାଳି ଯେମିତି ଏହି ରୋଗରେ ପୀଡ଼ିତ ନ ହୁଅନ୍ତି, ସେ ଦିଗରେ ତୁରନ୍ତ ଧ୍ୟାନ ଦେବାକୁ ମଧ୍ୟ ଦଳୀୟ ଅଧିକାରୀମାନଙ୍କୁ ବିସିସିଆଇ ନିର୍ଦ୍ଦେଶ ଦେଇଛି। କୋହଲି ଓ ରୋହିତ ଲିସେଷ୍ଟରସାୟାରରେ କିଛି ପ୍ରଶଂସକଙ୍କୁ ଭେଟିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବିସିସିଆଇ ତୁରନ୍ତ ସକ୍ରିୟ ହୋଇଯାଇଛି। ଆଗକୁ ଯେମିତି ଏଭଳି ଭୁଲ ନହୁଏ, ସେ ଦିଗରେ ଧ୍ୟାନ ଦେବାକୁ ଉଭୟ ତାରକାଙ୍କୁ ଜଣାଇ ବି ଦିଆଯାଇଛି। ଇଂଲଣ୍ଡରେ କୋଭିଡ୍ ସଂକ୍ରମଣ ପୂର୍ବାପେକ୍ଷା କମିଥିଲେ ମଧ୍ୟ ସତର୍କ ରହିବାକୁ ସବୁ ଭାରତୀୟ ଖେଳାଳିଙ୍କୁ କୋଷାଧ୍ୟକ୍ଷ ଅରୁଣ ଧୁମଲ ଆହ୍ବାନ କରିଛନ୍ତି। ଭାରତୀୟ କ୍ରିକେଟ୍ ଦଳ ସଂପ୍ରତି ଲିସେଷ୍ଟରରେ ଥିଲା ବେଳେ ୨୪ ତାରିଖରେ ଏଠାରେ ଏକ ୪ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବାର ଅଛି। ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍ ଜୁଲାଇ ପହିଲାରୁ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe