ପ୍ରଶଂସକଙ୍କ ସ୍ବପ୍ନ ପୂରଣ ଲାଗି ଅମିତାଭଙ୍କ ଅନୁରୋଧ ରଖିଲେ ରୋହିତ

Advertisment
ପ୍ରଶଂସକଙ୍କ ସ୍ବପ୍ନ ପୂରଣ ଲାଗି ଅମିତାଭଙ୍କ ଅନୁରୋଧ ରଖିଲେ ରୋହିତ

The Financial Express

ମୁମ୍ବାଇ: ରୋହିତ ଶର୍ମାଙ୍କର ବିଶ୍ବବ୍ୟାପୀ ପ୍ରଶଂସକ ରହିଛନ୍ତି। କିନ୍ତୁ ଜଣେ ପାଗଳ ପ୍ରଶଂସକଙ୍କ ସ୍ବପ୍ନ ପୂରଣ କରିବା ଲାଗି ସେ ବିଗ୍‌ ‘ବି’ ଅମିତାଭ ବଚ୍ଚନଙ୍କ ଅନୁରୋଧକୁ ରକ୍ଷା କରିବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି। ଲୋକପ୍ରିୟ ସୋ ‘କୌନ ବନେଗା କରୋଡ଼ପତି-୧୩’ ଅବସରରେ ପ୍ରଶୁଂ ନାମକ ଏହି କ୍ରିକେଟ୍ ପ୍ରଶଂସକ ରୋହିତ ଶର୍ମାଙ୍କ ଫଟୋକୁ ନିଜ ୱାଲେଟ୍‌‌ରେ ରଖିଥିଲେ ଏବଂ ତାଙ୍କୁ ଆଦର୍ଶ ବୋଲି ଦର୍ଶାଇଥିଲେ। ଅମିତାଭ କିନ୍ତୁ ତାଙ୍କୁ ରୋହିତ ଓ ଗର୍ଲଫ୍ରେଣ୍ଡ୍‌ ମଧ୍ୟରୁ ଜଣଙ୍କୁ ବାଛିବାକୁ ପ୍ରଶ୍ନ କରିବାରୁ ସେ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ। ପ୍ରଶୁଂଙ୍କୁ ଲାଗିଥିଲା ସେ ଯେଭଳି କେବିସିର ୭ କୋଟି ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି। ତେବେ ପ୍ରଶୁଂଙ୍କ ମୁହଁରୁ ରୋହିତଙ୍କ ପ୍ରଶଂସାର ଶତମୁଖ ଶୁଣି ଅମିତାଭ ବଚ୍ଚନ ଏହି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକଙ୍କୁ ଭିଡିଓ କଲ୍‌ କରିଥିଲେ। ଏହା ପରେ ପ୍ରଶୁଂ ନିଜ କ୍ରିକେଟ୍ ଈଶ୍ବରଙ୍କୁ ଦେଖି ଭାବବିହ୍ବଳ‌ ହୋଇପଡିଥିଲେ। କିଭଳି କଥା ହେବେ‌ ବୋଲି ଜାଣିପାରିନଥିଲେ। ଗୁରୁବାର ସୋନି ଟେଲିଭିଜନ୍ କେବିସିର ଏହି ଅଧ୍ୟାୟର ଟିଜର୍‌ ଛାଡ଼ିବା ପରେ ତୁରନ୍ତ ଭାଇରାଲ୍ ‌ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe