ଆହତ ପରେ ନେଟ୍‌ସକୁ ଫେରିଲେ ରୋହିତ

Advertisment
ଆହତ ପରେ ନେଟ୍‌ସକୁ ଫେରିଲେ ରୋହିତ

ଆଡିଲେଡ୍‌: ଚଳିତ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆସନ୍ତା ଗୁରୁବାର ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ଆହତକୁ ନେଇ ଭାରତୀୟ ଦଳ ଚିନ୍ତିତ ଥିଲା। ହେଲେ ସେ ଆହତରୁ ମୁକୁଳି ନେଟ୍‌ସକୁ ଫେରିବା ପରେ ଦଳର ଚିନ୍ତା ଦୂର ହୋଇଛି। ସେମିଫାଇନାଲ୍‌ ପାଇଁ ମଙ୍ଗଳବାର ନେଟ୍‌ସରେ ବ୍ୟାଟିଂ ଅଭ୍ୟାସ କରୁଥିଲା ବେଳେ ଦଳର ଥ୍ରୋଡାଉନ୍‌ ବିଶେଷଜ୍ଞ ଏସ୍‌ ରାଘବେନ୍ଦ୍ରଙ୍କ ଏକ ସର୍ଟ ବଲ୍‌ ରୋହିତଙ୍କ ଡାହାଣ ହାତରେ ଜୋର୍‌ରେ ବାଜିଥିଲା। ପୁଲ୍‌ ସର୍ଟ ଖେଳିବାକୁ ପ୍ରୟାସ ବେଳେ ସେ ଆଘାତ ପାଇଥିଲେ। ତାଙ୍କର ଯନ୍ତ୍ରଣା ମଧ୍ୟ ହୋଇଥିଲା। ତାଙ୍କୁ ବ୍ୟାଟିଂ ଅଭ୍ୟାସ କରିବାରୁ ବନ୍ଦ କରାଯାଇଥିଲା।

ଫିଜିଓ ବରଫ ଘସି ତାଙ୍କ ଯନ୍ତ୍ରଣା ଲାଘବ କରିଥିଲେ। କିନ୍ତୁ ଏହା ସେତେଟା ଗୁରୁତର ନଥିଲା ଏବଂ ତାଙ୍କର ସିଟି ସ୍କାନ୍‌ କିମ୍ବା ଏକ୍ସ-ରେ କରିବାର ଅବଶ୍ୟକତା ପଡ଼ିନଥିଲା। କିଛି ସମୟ ବାହାରେ ବସି ଅଭ୍ୟାସ ସେସନ୍‌ ଦେଖିବା ପରେ ପୁନର୍ବାର ନେଟ୍‌ସକୁ ଫେରି ବ୍ୟାଟିଂ କରିଥିଲେ। ଅବଶ୍ୟ ଏହାପରେ ସେ ରକ୍ଷଣାତ୍ମକ ସଟ୍‌ମାନ ଖେଳିଥିଲେ। ରୋହିତ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ ଖେଳିପାରିବେ ବୋଲି କୁହାଯାଇଛି। ଆମ ହାତରେ ଆହୁରି ଗୋଟିଏ ଦିନ ସମୟ ଅଛି। ସେଥିରେ ବି ରୋହିତ ଅଭ୍ୟାସ କରିବେ। ବିଶେଷକରି ଇଂଲଣ୍ଡ ଦ୍ରୁତ ବୋଲରଙ୍କ ସର୍ଟ ବଲ୍‌କୁ ସମ୍ମୁଖୀନ ହେବା ପୂର୍ବରୁ ରୋହିତ ପୁଲ୍‌ ସଟ୍‌ ଖେଳିବାର ଅଭ୍ୟାସ କରୁଛନ୍ତି। କାରଣ ସେ ଚଳିତ ବିଶ୍ବକପ୍‌ରେ ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ପୁଲ୍‌ ସଟ୍‌ ଖେଳିବାକୁ ଯାଉ ୱିକେଟ୍‌ ହରାଇଛନ୍ତି। ପୁଣି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଏଭଳି ସଟ୍‌ ଖେଳି କ୍ୟାଚ୍‌ରୁ ବର୍ତି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe