ପ୍ରଶଂସକଙ୍କୁ ବଞ୍ଚାଇଲେ ରୋହିତ

Advertisment
ପ୍ରଶଂସକଙ୍କୁ ବଞ୍ଚାଇଲେ ରୋହିତ

Hindustan Times

ନ୍ୟୁୟର୍କ: ଶନିବାରର ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌ ବେଳେ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା। ଭାରତୀୟ ଖେଳାଳିମାନେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ଜଣେ ପ୍ରଶଂସକ ସୁରକ୍ଷା ଘେରା ଭାଙ୍ଗି ହଠାତ୍ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। ସିଧାଯାଇ ଅଧିନାୟକ ରୋହିତ ଶର୍ମାଙ୍କ ପାଦ ଛୁଇଁଥିଲେ। ଏହା ଦେଖି ସୁରକ୍ଷାକର୍ମୀମାନେ ତୁରନ୍ତ ପଡ଼ିଆ ଭିତରକୁ ଯାଇ ସେହି ପ୍ରଶଂସକଜଣକୁ କାବୁ କରି ନେଇଥିଲେ। ତାଙ୍କ ବେକକୁ ଜାବୁଡ଼ି ଧରି ତଳେ ପକାଇ ଖୁବ୍ ନିର୍ଯାତନା ଦେଇଥିଲେ। ଏହି ଦୃଶ୍ୟକୁ ଦେଖି ରୋହିତ ବିଚଳିତ ହୋଇଯାଇଥିଲେ। ସଙ୍ଗେସଙ୍ଗେ ସାଥୀ ଖେଳାଳି, ଅଧିକାରୀ ଓ ଅମ୍ପାୟାରଙ୍କୁ ଡାକି ପ୍ରଶଂସକ ଜଣକୁ ଏଭଳି ମାଡ଼ ନମାରିବାକୁ ଅନୁରୋଧ କରିଥିଲେ। ତାଙ୍କ କଥା ମାନି ସୁରକ୍ଷାକର୍ମୀମାନେ ପ୍ରଶଂସକ ଜଣକୁ ଧରି ପଡ଼ିଆ ବାହାରକୁ ନେଇ ଯାଇଥିଲେ। ତେବେ ରୋହିତଙ୍କ ଏହି ମହାନତା ସମର୍ଥକଙ୍କ ହୃଦୟ ଛୁଇଁ ନେଇଥିଲା।

ସୋରିଫୁଲ୍ ଆହତ
ଶନିବାରର ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ବାଂଲାଦେଶ ଦ୍ରୁତ ବୋଲର ସୋରିଫୁଲ୍ ଇସଲାମ୍ ଆହତ ହୋଇଛନ୍ତି। ତାଙ୍କ ମଝି ଅଙ୍ଗୁଳିରେ ଆଘାତ ଲାଗିଛି। ଫଳରେ ବାଂଲାଦେଶର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତାଙ୍କ ଆଙ୍ଗୁଳିରେ ୬ଟି ଷ୍ଟିଚ୍ ପଡ଼ିଥିବା ବାଂଲାଦେଶ କ୍ରିକେଟ୍ ବୋର୍ଡର ଫିଜିଓ ଦେବାଶିଷ ଚୌଧୁରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ଉପଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଡ୍ରାଇଭକୁ ରୋକିବାକୁ ଯାଇ ସୋରିଫୁଲ୍ ଆହତ ହୋଇଥିଲେ। ଏହି କାରଣରୁ ତୁରନ୍ତ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe