ଜିମ୍‌ରେ ରୋହିତ

ଜିମ୍‌ରେ ରୋହିତ

LatestLY

ଦୁବାଇ : ୟୁଏଇରେ ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣ ପୂର୍ବରୁ ଜିମ୍‌ରେ ପ୍ରସ୍ତୁତି ଚଳାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍‌ସ ଅଧିନାୟକ ରୋହିତ ଶର୍ମା। ଜିମ୍‌ରେ ତାଙ୍କର କଠୋର ବ୍ୟାୟାମ ଆଗକୁ ତାଙ୍କ ବ୍ୟାଟିଂରେ ସହାୟକ ହେବ ବୋଲି କହିଛନ୍ତି ୪ ଥର ବିଜେତା ଅଧିନାୟକ। ସର୍ଟ ବଲ୍‌ ଭଳି ସେ ଜିମ୍‌ରେ ବିଭିନ୍ନ ବ୍ୟାୟାମ ଚଳାଇଥିବା ଇନ୍‌ଷ୍ଟାଗ୍ରାମ୍‌ରେ କହିଛନ୍ତି ରୋହିତ। ହିଟ୍‌ ମ୍ୟାନ୍‌ ଭାବେ ପରିଗଣିତ ରୋହିତ ଆଇପିଏଲ୍‌ରେ ସର୍ବକାଳୀନ ଛକା ତାଲିକାର ଚତୂର୍ଥ ସ୍ଥାନରେ ରହିଛନ୍ତି। ସେ ୧୯୪ ଛକା ମାରିଥିଲା ବେଳେ ସୁରେଶ ରାଇନାଙ୍କ ସହ ଯୁଗ୍ମ ଭାବେ ଏହି ସ୍ଥାନରେ ଅଛନ୍ତି। ତାଙ୍କ ଉପରକୁ କ୍ରିସ୍‌ ଗେଲ୍‌ (୩୨୬), ଏବି ଡିଭିଲିୟର୍ସ (୨୧୨) ଏବଂ ମହେନ୍ଦ୍ର ସିଂହ ଧୋନି (୨୦୯) ଯଥାକ୍ରମେ ପ୍ରଥମ ତିନି ସ୍ଥାନରେ ରହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟ ଆଇପିଏଲ୍‌ ଇତିହାସରେ ତୃତୀୟ ସର୍ବାଧିକ ରନ୍‌ ସ୍କୋରର୍‌ (୪୮୯୮) ରହିଛି। ଦଳ ୧୮୮ ମ୍ୟାଚ୍‌ରୁ ୧୩୦ ଷ୍ଟ୍ରାଇକ୍‌ ରେଟ୍‌ରେ ଏହି ସ୍କୋର୍‌ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe