୨୦୨୭ ବିଶ୍ବକପ ଖେଳିବେ ବିରାଟ-ରୋହିତ? ଜାଣନ୍ତୁ କ’ଣ କହିଲେ ଗମ୍ଭୀର

Advertisment
୨୦୨୭ ବିଶ୍ବକପ ଖେଳିବେ ବିରାଟ-ରୋହିତ? ଜାଣନ୍ତୁ କ’ଣ କହିଲେ ଗମ୍ଭୀର

ମୁମ୍ବାଇ: ଆଇପିଏଲ ସମୟରେ ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କ ସମ୍ପର୍କ ଯଥେଷ୍ଟ ଖରାପ ହୋଇଯାଇଥିଲା। ବର୍ତ୍ତମାନ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିବାରୁ କ୍ରିକେଟପ୍ରେମୀମାନେ ଭୟ କରୁଛନ୍ତି ଯେ ଏହି ଦୁଇ ତାରକା ପୁଣି ମୁହାଁମୁହିଁ ହୋଇପାରନ୍ତି। ତେବେ ଏଭଳି ଭୟ ମଧ୍ୟରେ ବିରାଟ ନିଜର ପକ୍ଷ ସ୍ପଷ୍ଟ କରି କହିସାରିଛନ୍ତି ଯେ, ଗମ୍ଭୀରଙ୍କ ସହ ହୋଇଥିବା ବିବାଦକୁ ଭୁଲି ଆଗକୁ ବଢ଼ିବାକୁ ପ୍ରସ୍ତୁତ ଅଛି। ଭାରତୀୟ କ୍ରିକେଟ୍ ଏବଂ ଦଳର ସ୍ୱାର୍ଥ ପାଇଁ ସବୁ କରିବାକୁ ପ୍ରସ୍ତୁତ ଅଛି।

ବିରାଟଙ୍କ ପ୍ରତିକ୍ରିୟା ପରେ ଏବେ ଗୌତମ ଗମ୍ଭୀର ବିରାଟ ଓ ରୋହିତ ଶର୍ମାଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, "ମୁଁ ଭାବୁଛି ଟି-୨୦ ବିଶ୍ୱକପ ହେଉ କିମ୍ବା ୫୦ ଓଭର ବିଶ୍ୱକପ ହେଉ, ଉଭୟ ବିରାଟ-ରୋହିତ ବଡ଼ ମଞ୍ଚରେ ନିଜକୁ ପ୍ରମାଣ କରିଛନ୍ତି। ଗୋଟିଏ କଥା ମୁଁ ସ୍ପଷ୍ଟ ଭାବେ କହିପାରିବି ଯେ ଦୁଇଜଣଙ୍କ ଭିତରେ ଏବେ ବି କ୍ରିକେଟ୍ ବାକି ଅଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଗକୁ ଚାମ୍ପିଅନ୍ସ ଟ୍ରଫି ଆସୁଛି ଏବଂ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଆସିବାକୁ ଯାଉଛି। ସେମାନେ ନିଶ୍ଚୟ ଭଲ ପ୍ରଦର୍ଶନ କରିବେ। ଯଦି ସେମାନେ ନିଜ ଫିଟନେସ୍ ବଜାୟ ରଖିବେ, ତେବେ ୨୦୨୭ବିଶ୍ୱକପ୍ ମଧ୍ୟ ଖେଳିପାରିବେ।"

ଉଲ୍ଲେଖଯୋଗ୍ୟ, ଆଇପିଏଲ୍ ୨୦୨୩ ସମୟରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ(ଏଲଏସଜି) ର ପରାମର୍ଶଦାତା ଥିଲେ ଗମ୍ଭୀର। ଏଲଏସଜିର ଖେଳାଳି ନବୀନ ଉଲ୍ ହକଙ୍କ ସହ ବିରାଟଙ୍କ ବିବାଦ ପରେ କୋହଲିଙ୍କ ସହ ଯୁକ୍ତିତର୍କ କରିଥିଲେ ଗମ୍ଭୀର। ଦୁଇ ଷ୍ଟାର କ୍ରିକେଟରଙ୍କ ମଧ୍ୟରେ ବିତର୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe