୬ବର୍ଷ ମଧ୍ୟରେ ବିରାଟ କରିପାରିନଥିବା କାମକୁ କରିଦେଖାଇଲେ ରୋହିତ ଶର୍ମା

Advertisment
୬ବର୍ଷ ମଧ୍ୟରେ ବିରାଟ କରିପାରିନଥିବା କାମକୁ କରିଦେଖାଇଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ୱେଷ୍ଟ ଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦କୁ ୧୭ ରନ୍‌ରେ ଜିତି ନେଇ ୩-୦ରେ ଶୃଙ୍ଖଳା ମୂଳ‌ପୋଛ କରିଛି ଭାରତ। ତା ସହ ଦିନିକିଆ ଏବଂ ଟ୍ବେଣ୍ଟି-୨୦କୁ ମିଶାଇ ଲଗାତାର ଅଧଡଜନ ବିଜୟ ହାସଲ କରିବାର ‌ଭାରତ ଗୌରବ ଅର୍ଜନ କରିଛି। ଏହି ମ୍ୟାଚ୍ ଜିତି ଆଇସିସି ର଼୍ୟାଙ୍କିଙ୍ଗରେ ଭାରତ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ପ୍ରାୟ ୬ ବର୍ଷ ପରେ ଏହା ସମ୍ଭବ ହୋଇଛି। ବିରାଟ କୋହଲି ଅଧିନାୟକ ଥିବା ବେଳେ ୬ବର୍ଷ ହେଲା ଭାରତ ଆଇସିସି ର଼୍ୟାଙ୍କିଙ୍ଗରେ ନମ୍ବର ୧କୁ ଆସିପାରିନଥିଲା। ହେଲେ ଏବେ ରୋହିତଙ୍କ ଅଧିନାୟକତ୍ବରେ ତାହା ସମ୍ଭବ ହୋଇଛି।

ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୬ ମସିହାରେ ଶେଷ ଥର ପାଇଁ ଆଇସିସି ର଼୍ୟାଙ୍କିଙ୍ଗରେ ନମ୍ବର ୧ରେ ରହିବାରେ ସକ୍ଷମ ହୋଇଥିଲା। ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆର ୨୬୮ ରେଟିଂ ରହିଥିଲା ​​ଏବଂ ଇଂଲଣ୍ଡ ପରେ ଭାରତ ଦ୍ୱିତୀୟ ସ୍ଥାନରେ ଥିଲା। କିନ୍ତୁ ଟ୍ବେଣ୍ଟି-୨୦କୁ ୧୭ ରନ୍‌ରେ ଜିତି ନେଇ ୩-୦ରେ ଶୃଙ୍ଖଳା ମୂଳ‌ପୋଛ କରିବା ପରେ ଭାରତର ୨୬୯ ରେଟିଂ ରହିଛି। ଇଂଲଣ୍ଡର ସମାନ ରେଟିଂ ଥିଲେ ବି ପଏଣ୍ଟ ଦୃଷ୍ଟିରୁ ଟିମ୍ ଇଣ୍ଡିଆ ଏକ ନମ୍ବର ସ୍ଥାନରେ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe