Akram-Rohit's hug: ଚର୍ଚ୍ଚାରେ ଆକ୍ରାମ୍‌-ରୋହିତଙ୍କ ଆଲିଙ୍ଗନ

Advertisment

ଭାରତ-ପାକିସ୍ତାନ ମ୍ୟାଚ୍‌ ସମୟରେ ଉଭୟ ଦଳର ଅଧିନାୟକ କିମ୍ବା ଖେ​ଳାଳି ମାନେ ହାତ ମିଶାଇନଥିଲେ। ଏହା ସହିତ କ୍ରିକେଟ୍‌ ପଡ଼ିଆରେ ପୁଣି ଥରେ ପ୍ରତିଫଳିତ ହୋଇଥିଲା ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା।

ଭାରତ-ପାକିସ୍ତାନ ମ୍ୟାଚ୍‌ ସମୟରେ ଉଭୟ ଦଳର ଅଧିନାୟକ କିମ୍ବା ଖେ​ଳାଳି ମାନେ ହାତ ମିଶାଇନଥିଲେ। ଏହା ସହିତ କ୍ରିକେଟ୍‌ ପଡ଼ିଆରେ ପୁଣି ଥରେ ପ୍ରତିଫଳିତ ହୋଇଥିଲା ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା।

Akram-Rohit's hug

Akram-Rohit's hug Photograph: (sambad.in)

କଲମ୍ବୋ: ଭାରତ-ପାକିସ୍ତାନ ମ୍ୟାଚ୍‌ ସମୟରେ ଉଭୟ ଦଳର ଅଧିନାୟକ କିମ୍ବା ଖେ​ଳାଳି ମାନେ ହାତ ମିଶାଇନଥିଲେ। ଏହା ସହିତ କ୍ରିକେଟ୍‌ ପଡ଼ିଆରେ ପୁଣି ଥରେ ପ୍ରତିଫଳିତ ହୋଇଥିଲା ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା। କିନ୍ତୁ ପଡ଼ିଆ ବାହାରେ ଏହାର ଏକ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନର ମହାନ ବୋଲର୍‌ ଓ୍ବାସିମ୍‌ ଆକ୍ରାମ୍‌ ଓ ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ପରସ୍ପରକୁ ଆଲିଙ୍ଗନ କରୁଥିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ବେଶ ଭାଇରାଲ୍‌ ହୋଇଛି। ଆକ୍ରାମ୍‌ କେବଳ ରୋହିତ ଶର୍ମା ନୁହନ୍ତି , ଆଇସିସି ସିଇଓ ସଂଯୋଗ ଗୁପ୍ତାଙ୍କୁ ମଧ୍ୟ ଆଲିଙ୍ଗନ କରିଥିଲେ।

ଖେଳ ଯୋଡ଼ିଥାଏ, ଭାଙ୍ଗିନଥାଏ

ଏହି ଭିଡିଓ ଭାଇରାଲ୍‌ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି। ଜଣେ ପ୍ରସଂଶକ ଲେଖିଛନ୍ତି, କ୍ରିକେଟ୍‌ ଏପରି ହେବା ଉଚିତ୍‌। ଜଣେ ପାକିସ୍ତାନୀ ପ୍ରସଂଶକ ଲେଖିଛନ୍ତି ଯେ ଖେଳ ଯୋଡ଼ିଥାଏ, ଭାଙ୍ଗିନଥାଏ। ରୋହିତ ଶର୍ମା ଓ ଆକ୍ରାମ ଦେଖାଇଦେଲେ ଯେ ଅସଲ କ୍ରୀଡ଼ାଭାବନା କଣ ହୋଇଥାଏ। ତେବେ ଆଉ ଜଣେ ଲେଖିଛନ୍ତି ଯେ ଆକ୍ରାମ ଜଣେ ଭାଷ୍ୟକାର ଭାବେ ଯାଇଥିଲେ ଓ ରୋହିତ ବିଶ୍ବକପ୍‌ର କ୍ରିକେଟ୍‌ର ଜଣେ ଶୁଭେଚ୍ଛା ଦୂତଭାବେ ଯାଇଥିଲେ। ଦୁଇ ମହାନ ଖେଳାଳି ହାତ ମିଳାଇବା କିପରି ଏକ ଖବର ହୋଇପାରେ? କିନ୍ତୁ ଏହା ସତ ଯେ କ୍ରିକେଟ୍‌ ଏବେ ଏହି ସ୍ତରରେ ପହଞ୍ଚିଯାଇଛି।

ରବିବାର ଟସ୍‌ ସମୟରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇନଥିଲେ। ଏପରିକି ଉଭୟ ପରସ୍ପରକୁ ଦେଖି ହସି ମଧ୍ୟ ନ ଥିଲେ। ଏହା ସହିତ ଗତ ବର୍ଷ ଏସିଆ କପ୍‌ରୁ ଆରମ୍ଭ ହୋଇଥିବା ଏକ ବହୁ ବିତର୍କିତ ପରମ୍ପରା ଜାରି ରହିଥିଲା।

ଆହୁରି ପଢ଼ନ୍ତୁ: Supreme Court Rejects Abu Salem's Plea: ୨୫ ବର୍ଷର ଜେଲଦଣ୍ଡ ପୂରଣ କରିବା ପରେ ମଧ୍ୟ ଆବୁ ସାଲେମଙ୍କ ମୁକ୍ତିକୁ ନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe