ଗିଲ୍ ଛକା ମାରିବା ପରେ ଷ୍ଟାଡିୟମର ଛାତରେ ଯାଇ ବାଜିଲା ବଲ୍, ଭାଇରାଲ ହେଲା ଭିଡିଓ

ଗିଲ୍ ଛକା ମାରିବା ପରେ ଷ୍ଟାଡିୟମର ଛାତରେ ଯାଇ ବାଜିଲା ବଲ୍, ଭାଇରାଲ ହେଲା ଭିଡିଓ

ବେଙ୍ଗାଲୁରୁ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ର ୪୫ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନେଦରଲ୍ୟାଣ୍ଡସ୍। ଚଳିତ ବିଶ୍ବକପ୍‌ରେ ଭାରତ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିଣି ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପାଇଁ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍‌ ଗିଲ୍। ରୋହିତ ୫୪ଟି ବଲ୍‌ ଖେଳି ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଯୁବ ବ୍ୟାଟର ଗିଲ୍‌ଙ୍କ ବ୍ୟାଟରୁ ୫୧ ରନ୍‌ ଅମଳ ହୋଇଥିଲା। ଗିଲ୍‌ ୩୨ଟି ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ।

ଗିଲ୍ ୪ଟି ଛକା ମଧ୍ୟରେ ଗୋଟିଏ ଛକା ଏଭଳି ମାରିଥିଲେ, ଯାହାଦ୍ବାରା ବଲଟି ଯାଇ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମର ଛାତରେ ମାଡ଼ ‌ହୋଇଥିଲା। ଏହାର ଭିଡିଓ ଏବେ ଭାଇରାଲ ହୋଇଥିବା ବେଳେ ଗିଲଙ୍କ ଏହି ଛକାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ରୋହିତ ଓ ଗିଲଙ୍କ ବ୍ୟତୀତ ଭାରତୀୟ ବ୍ୟାଟର ବିରାଟ କୋହଲି ମଧ୍ୟ ଆଜି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ସହ ଶତକ କରି କ୍ରିକେଟ ପ୍ରେମୀଙ୍କ ମନ କିଣିଛନ୍ତି ଶ୍ରେୟସ ଅୟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe