ସାମିଙ୍କୁ ସାମିଲ କରିବା କଷ୍ଟ; ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ନେଇ ରୋହିତଙ୍କ ପ୍ରତିକ୍ରିୟା

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, କ୍ରିକେଟର ମହମ୍ମଦ ଶାମିଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ରୋହିତ ବିଶ୍ୱାସ କରୁଛନ୍ତି ଯେ ସାମି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି। ତେଣୁ ସାମିଙ୍କୁ ଦଳରେ ସାମିଲ କରିବା କଷ୍ଟ।

rphito

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ଅଧିନାୟକ ରୋହିତ ଶର୍ମା ବଡ଼ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଯେ ସାମି ଟେଷ୍ଟ ସିରିଜ ପାଇଁ ମନୋନୀତ ହେବେ କି ନାହିଁ ତାହା ତାଙ୍କ ଫିଟନେସ ଉପରେ ନିର୍ଭର କରିବ। ସେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଖେଳିବେ କି ନାହିଁ ସେନେଇ ରୋହିତ ସନ୍ଦେହ ପ୍ରକଟ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସାମିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସାମିଲ କରାଯିବ କି ନାହିଁ ବୋଲି ରୋହିତଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଥିଲେ, "ସତ କହିବାକୁ ଗଲେ ତାଙ୍କୁ ଅଷ୍ଟ୍ରେଲିଆ ସିରିଜ ପାଇଁ ଚୟନ କରିବା କଷ୍ଟକର ହୋଇପଡ଼ିଛି। ସେ ଆହତ ହୋଇଥିଲେ ଏବଂ ଆଣ୍ଠୁରେ ଆଘାତ ଲାଗିଥିଲା। ଏହି କାରଣରୁ, ତାଙ୍କ ଅବସ୍ଥା ଟିକେ ଖରାପ ହୋଇଯାଇଥିଲା । ଏବେ ସେ ଡାକ୍ତର ଏବଂ ଫିଜିଓଙ୍କ ସହ ଏନସିଏରେ ଅଛନ୍ତି। ଆମେ ଆଶା କରୁଛୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ସାମି ଫିଟ୍ ହେବେ। ହେଲେ ଯଦି ସେ ଫିଟ୍ ନହେବେ ତ‌ାଙ୍କୁ ଟିମରେ ସାମିଲ କରିବା କଷ୍ଟକର ହେବ।

ନଭେମ୍ବର ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷ ଓଡିଆଇ ବିଶ୍ୱକପ ଫାଇନାଲ ପରଠାରୁ ସାମି କୌଣସି ମ୍ୟାଚ୍ ଖେଳି ନାହାଁନ୍ତି । ଡିସେମ୍ବର ୨୦୨୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ସେ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଫିଟ୍ ଥିବା ନେଇ ପ୍ରମାଣ କରିପାରିନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe