Advertisment

୨୦୨୫ରେ ସିଏସକେର ଅଧିନାୟକ ହୋଇପାରନ୍ତି ରୋହିତ୍ ଶର୍ମା; ପୂର୍ବତନ କ୍ରିକେଟରଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା

Advertisment
୨୦୨୫ରେ ସିଏସକେର ଅଧିନାୟକ ହୋଇପାରନ୍ତି ରୋହିତ୍ ଶର୍ମା; ପୂର୍ବତନ କ୍ରିକେଟରଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା

ମୁମ୍ବାଇ: ଗୁଜରାଟ ଟାଇଟନ୍ସକୁ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ସହ ସାମିଲ ହେଉଛନ୍ତି। ହାର୍ଦିକଙ୍କୁ ଟ୍ରେଡିଂ ଜରିଆରେ ଆଣିବା ପରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ତାଙ୍କୁ ନେତୃତ୍ବ ଦେଇଛି। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଦାୟିତ୍ବମୁକ୍ତ କରାଯିବା ସହ ପାଣ୍ଡ୍ୟାଙ୍କୁ ପରବର୍ତ୍ତୀ ଅଧିନାୟକ ଘୋଷଣା କରିଥିଲା ଏମଆଇ। ରୋହିତ ୨୦୧୩ରେ ରିକି ପଣ୍ଟିଂଙ୍କଠାରୁ ମୁମ୍ବାଇ ଇଣ୍ଡିଆନ୍ସ ନେତୃତ୍ବ ଭାର ଗ୍ରହଣ କରିଥିଲେ। ରୋହିତଙ୍କ ଅଧିନରେ ମୁମ୍ବାଇ ୫ଥର ଆଇପିଏଲ୍‌ ବିଜେତା ହୋଇଥିଲା। ଏହା ସତ୍ତ୍ବେ ବି ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବ‌ା ପରେ ରୋହିତଙ୍କ ପ୍ରଶଂସକଙ୍କୁ ଏହା ପସନ୍ଦ ଆସିନଥିଲା।

ଏବେ ଏମଆଇରେ ରୋହିତଙ୍କୁ କୌଣସି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିନଥିବା ବେଳେ ସେ ଚେନ୍ନାଇ ସୁପରକିଙ୍ଗସ(ସିଏସକେ)କୁ ଆସି ଦଳର ନେତୃତ୍ବ ନେଇ ପାରନ୍ତି ବୋଲି କହିଛନ୍ତି ଭାରତୀୟ ଟିମ୍ ଓ ସିଏସକେର ପୂର୍ବତନ କ୍ରିକେଟର ଅମ୍ବତି ରାୟଡୁ। ସେ କହିଛନ୍ତି ଯେ, "ନିକଟ ଭବିଷ୍ୟତରେ ରୋହିତ ସିଏସକେ ପାଇଁ ଖେଳନ୍ତୁ ବୋଲି ମୁଁ ଚାହୁଁଛି | ଯଦି ଧୋନି ଅବସର ନେବେ, ତେବେ ସେ ଦଳର ଅଧିନାୟକ ମଧ୍ୟ ହୋଇପାରିବେ। ସେ ଦୀର୍ଘ ଦିନ ଧରି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ। ଏହା ବହୁତ ଭଲ ହେବ ଯଦି ସେ ସିଏସକେ ପାଇଁ ଖେଳିବେ ଏବଂ ଦଳକୁ ଜିତାଇବେ। ତେବେ ସେ ସିଏସକେର ଅଧିନାୟକ ହେବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରିବ | ରୋହିତ ଆଗାମୀ ୫-୬ ବର୍ଷ ପାଇଁ ଆରାମରେ ଆଇପିଏଲ୍ ଖେଳିପାରିବେ |"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe