ପୁଣି ବାପା ହେଲେ ରୋହିତ୍ ଶର୍ମା, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ରିତିକା !

ପୁଣି ଥରେ ବାପା ହେଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା। ପୂର୍ବରୁ ତାଙ୍କର ଝିଅ ଥିବା ବେ‌ଳେ ଏବେ ସେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ଏବିଷୟରେ ରୋହିତ ଓ ତାଙ୍କ ପତ୍ନୀ ରିତିକା ସଜଦେହ ଘୋଷଣା କରିନଥି‌ଲେ ବି ଦୁହିଁଙ୍କ ସହ ଜଡ଼ିତ ଜଣେ ସମ୍ପର୍କୀୟଙ୍କ ସୂତ୍ରରୁ ଏହି ଖବର ମିଳିଥିବା ଜାତୀୟ ଗଣମାଧ୍ୟମରେ ଦାବି କରାଯାଉଛି।

ଅଦ୍ୟତନ ହୋଇଛି
rohitsha

ନୂଆଦିଲ୍ଲୀ: ପୁଣି ଥରେ ବାପା ହେଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା। ପୂର୍ବରୁ ତାଙ୍କର ଝିଅ ଥିବା ବେ‌ଳେ ଏବେ ସେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ଏବିଷୟରେ ରୋହିତ ଓ ତାଙ୍କ ପତ୍ନୀ ରିତିକା ସଜଦେହ ଘୋଷଣା କରିନଥି‌ଲେ ବି ଦୁହିଁଙ୍କ ସହ ଜଡ଼ିତ ଜଣେ ସମ୍ପର୍କୀୟଙ୍କ ସୂତ୍ରରୁ ଏହି ଖବର ମିଳିଥିବା ଜାତୀୟ ଗଣମାଧ୍ୟମରେ ଦାବି କରାଯାଉଛି।। ଏହି ଖବର ଭାଇରାଲ ହେବା ପରେ ରୋହିତଙ୍କ ପ୍ରଶଂସକମାନେ ରୋହିତ ଏବଂ ରିତିକାଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ରୋହିତ କିମ୍ବା ରିତିକା ଅଧିକାରୀକ ଭାବେ କିଛି ସୂଚନା ଦେଇନଥିବାରୁ ଖବରଟି ସ୍ପଷ୍ଟ ହୋଇପାରିନାହିଁ।

ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ହେବ। ଏଥିପାଇଁ ବିରାଟ କୋହଲିଙ୍କ ସମେତ ଅନେକ ବରିଷ୍ଠ ଖେଳାଳି ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। କିନ୍ତୁ ରୋହିତ ଏପର୍ଯ୍ୟନ୍ତ ସେଠାରେ ପହଞ୍ଚିନାହାନ୍ତି। ପତ୍ନୀଙ୍କ ପ୍ରସବ ପାଇଁ ରୋହିତ ବିସିସିଆଇକୁ ଛୁଟି ମାଗିଛନ୍ତି ବୋଲି ଖବର ଆସିଥିଲା। ବର୍ତ୍ତମାନ ଗଣମାଧ୍ୟମ ରିପୋର୍ଟରେ ଚର୍ଚ୍ଚା ହେଉଛି ଯେ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ, ରିତିକା ପୂର୍ବରୁ ରୋହିତଙ୍କ ମ୍ୟାନେଜର ଥିଲେ। ଏହା ପରେ ଦୁହେଁ ଭଲ ବନ୍ଧୁ ହେଲେ ଏବଂ ବନ୍ଧୁତା ପ୍ରେମରେ ପରିଣତ ହେଲା | କିଛି ମାସର ପ୍ରେମ ସମ୍ପର୍କ ପରେ ରୋହିତ ଏବଂ ରିତିକା ବିବାହ କରିବାକୁ ନିଷ୍ପତ୍ତି ନେଇ ୨୦୧୫ରେ ବିବାହ କରିଥିଲେ। ଏହା ପରେ ଡିସେମ୍ବର ୨୦୧୮ରେ ରିତିକା କନ୍ୟା ସନ୍ତାନ ସମାଇରାଙ୍କୁ ଜନ୍ମ ଦେଇଥିଲେ | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe