ରାଜକୋଟ ଟି-୨୦: ରୋହିତ କହିଲେ- ବ୍ୟାଟିଂ ଲାଇନ୍‌ ଠିକ୍‌ ଅଛି, ପିଚ ଉପରେ ବୋଲିଂ ସଂଯୋଜନା ନିର୍ଭର କରିବ

Advertisment
ଛକା ମାରିବାର ରହସ୍ୟ ଖୋଲିଲେ ରୋହିତ, ବାହୁବଳ ନୁହେଁ; ଟାଇମିଂ ଗୁରୁତ୍ବପୂର୍ଣ୍ଣ

ରାଜକୋଟ: ଭାରତୀୟ କ୍ରିକେଟ ଟିମ୍‌ର ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମା ଗୁରୁବାର ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ଦ୍ରୁତ ବୋଲରଙ୍କ ସଂଯୋଜନାରେ ପରିବର୍ତ୍ତନ ଆଣିବା ନେଇ ସଂକେତ ଦେଇଛନ୍ତି। ଭାରତ ରବିବାର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ସ୍କୋର ୧୪୮ ରନ୍‌ କରିଥିଲା ଏବଂ ୧୯ତମ ଓଭରରେ ଦ୍ରୁତ ବୋଲର ଖଲିଲ ଅହମଦଙ୍କ ଓଭରରେ ମୁଶଫିକର ରହିମ ଦ୍ୱାରା ୪ଟି ଚୌକା ମ୍ୟାଚ୍‌ର ଦିଗ ପରିବର୍ତ୍ତନ କରି ଦେଇଥିଲା।

ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମା ବୁଧବାର କହିଛନ୍ତି, ଆମର ବ୍ୟାଟିଂ ଲାଇନ୍‌ ଠିକ୍‌ ଅଛି। ଏଥି ପାଇଁ ମୁଁ ଭାବୁଛି ବ୍ୟାଟିଂରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ଆମେ ପିଚର ଆକଳନ କରିବୁ ଓ ଏହି ଆଧାରରେ କ’ଣ କରାଯିବ ସେ ନେଇ ନିଷ୍ପତ୍ତି ନେବୁ। ରୋହିତ ଶର୍ମା ଯଦିଓ କାହାରି ନାମ ନେଇ ନାଁ ନେଇ ନାହାନ୍ତି, ତଥାପି ଯାହା ଜଣାପଡୁଛି ଖଲିଲ ଅହମଦଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁର ଖେଳିପାରନ୍ତି।

ଅଧିନାୟକ କହିଛନ୍ତି, ଗତ ମ୍ୟାଚ୍‌ରେ ଆମେ ଯେଭଳି ଭାବେ ଦ୍ରୁତ ବୋଲରଙ୍କୁ ସଂଯୋଜନ କରିଥିଲୁ ଦିଲ୍ଲୀ ପିଚ୍‌ ପାଇଁ, ତାହା ଠିକ୍‌ ଥିଲା। ଗୁରୁବାର ଆମେ ପିଚ୍‌ ଦେଖିବୁ ଓ ନିଜର ବୋଲିଂ ପାଇଁ କ’ଣ ଦରକାର ତାହା ନିଷ୍ପତ୍ତି ନେବୁ। ରୋହିତଙ୍କ ଆଶା ଯେ, ରାଜକୋଟ ପିଚ ଅରୁଣ ଜେଟଲୀ ଷ୍ଟାଡ଼ିୟମରେ ଥିବା ପିଚ୍‌ ଠାରୁ ଭଲ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe