ରାସ୍ତାରେ ଅଟକି ଯୁବତୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଲେ ରୋହିତ୍, ଭିଡିଓ ଭାଇରାଲ

କ୍ରିକେଟରୁ ବିରତି ମିଳିବା ପରେ ଏହି ସମୟକୁ ମନଭରି ଉପଭୋଗ କରୁଛନ୍ତି ରୋହିତ। ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣେ ଯୁବତୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଉଛନ୍ତି।

Rohit

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା କ୍ରିକେଟ୍ ପଡ଼ିଆ ଭିତରେ ଏବଂ ବାହାରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କ୍ରିକେଟ ବ୍ୟତୀତ ତାଙ୍କ ସ୍ବଭାବ ପାଇଁ ରୋହିତଙ୍କୁ ଲୋକେ ବହୁତ ପସନ୍ଦ କରନ୍ତି | ଏବେ ରୋହିତ କିଛି ଦିନ ପାଇଁ କ୍ରିକେଟରୁ ବିରତି ନେଇ ପରିବାର ସହିତ ସମୟ କଟାଉଛନ୍ତି। ତାଙ୍କ ଅନୁପସ୍ଥିତିରେ ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ଟି-୨୦ ସିରିଜ ପ‌ାଇଁ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ହୋଇଛନ୍ତି।

ତେବେ କ୍ରିକେଟରୁ ବିରତି ମିଳିବା ପରେ ଏହି ସମୟକୁ ମନଭରି ଉପଭୋଗ କରୁଛନ୍ତି ରୋହିତ। ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ମୁମ୍ବାଇରେ ନିଜର ବିଳାସପୂର୍ଣ୍ଣ ଲାମ୍ବୋର୍ଗିନି ଉରୁସ ଚଳାଉଥିବାର ଦେଖାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖଯାଇଛି ଯେ, ରୋହିତ ନିଜ କାର୍ ସହିତ ଟ୍ରାଫିକରେ ଅଟକିଥିବା ବେଳେ ଜଣେ ଯୁବତୀ ଆସି ଫଟୋ ଉଠାଇବାକୁ ନିବେଦନ କରୁଛନ୍ତି। ଏହାପରେ ଯୁବତୀଙ୍କର ଆଜି ଜନ୍ମଦିନ ବୋଲି ଫଟୋ ଉଠାଉଥିବା ଯୁବକଜଣକ ରୋହିତଙ୍କୁ କହୁଛନ୍ତି। ଏହା ଶୁଣି ରୋହିତ ଯୁବତୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ତାଙ୍କର ଏହି ଭିଡିଓ ଏବେ ଏକ୍ସରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe