ଲାହୋର: ଗତ କିଛି ବର୍ଷ ହେବ ରୋହିତ ଲାଲ୍ ବଲ୍ କ୍ରିକେଟ୍ରେ ଭଲ ପ୍ରଦର୍ଶନ କରି ନଥିଲେ। ସେଥିପାଇଁ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ରନ୍ ବର୍ଷା କରି ସେ ଏବେ ନିଜ ଉପରେ ପ୍ରତିଶୋଧ ନେଉଛନ୍ତି। ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ତାଙ୍କ ୟୁ ଟ୍ୟୁବ୍ ଭିଡିଓରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ରୋହିତ ତାଙ୍କ ଦକ୍ଷତାକୁ ବୁଝି ପାରିଛନ୍ତି। ସେ କ’ଣ କରିପାରିବେ, ତାହା ଜାଣି ପାରିଛନ୍ତି। ରୋହିତ ସଂପ୍ରତି ଟେଷ୍ଟ୍କୁ ଦିନିକିଆ କ୍ରିକେଟ୍ ଭଳି ଖେଳୁଛନ୍ତି। ବଡ଼ ଛକା ମାରିବା ସହ ଖୋଲା ହାତରେ ରନ୍ କରୁଛନ୍ତି। ମୁଁ ଭାବୁଛି ସେ ଏବେ ନିଜ ଉପରେ ନିଜେ ପ୍ରତିଶୋଧ ନେଉଛନ୍ତି। ଟେଷ୍ଟ୍ କ୍ରିକେଟରେ ମନ ଲଗାଇଥିଲେ ରୋହିତ ୮ରୁ ୯ ହଜାର ରନ୍ କରି ସାରନ୍ତେଣି। ୩୨ ବର୍ଷୀୟ ରୋହିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଘରୋଇ ପରିବେଶରେ ତାଙ୍କ ରନ୍ ସଂଗ୍ରହ ହାର ୯୯.୮୪ରେ ପହଞ୍ଚି ଯାଇଛି। ଘରେ ୧୮ ପାଳି ଖେଳି ରୋହିତ ୬ ଶତକ ଏବଂ ୫ ଅର୍ଧଶତକ ବଳରେ ୧୨୯୮ ରନ୍ କରିଛନ୍ତି।
ରୋହିତ ନିଜ ଉପରେ ପ୍ରତିଶୋଧ ନେଉଛନ୍ତି: ଅଖତର
Advertisment
Follow Us