ଖୁବଶୀଘ୍ର ଟେଷ୍ଟ କ୍ରିକେଟରୁ ଅବସର ନେବେ ରୋହିତ୍ ଶର୍ମା !

ଭାରତୀୟ ସ୍କିପର ରୋହିତ ଶର୍ମା ଖୁବଶୀଘ୍ର ଟେଷ୍ଟ କ୍ରିକେଟରୁ ଅବସର ନେବେ। ରିପୋର୍ଟରେ ଦାବି କରାଯାଇଛି ଯେ ବିସିସିଆଇର ଶୀର୍ଷ ଅଧିକାରୀ ଏବଂ ଚୟନକର୍ତ୍ତାମାନେ ପୂର୍ବରୁ ଏହି ନିଷ୍ପତ୍ତି ବିଷୟରେ କହିସାରିଛନ୍ତି ଏବଂ ରୋହିତଙ୍କ ମତ ପରିବର୍ତ୍ତନ ହେବାର ସମ୍ଭାବନା ବହୁତ କମ୍।

trohit s

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ପରାଜୟ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଦେଇଛି। ଏହି ପରାଜୟ ପରେ ଭାରତର ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପହଞ୍ଚିବାର ରାସ୍ତା ଅତି କଷ୍ଟକର ହୋଇପଡ଼ିଛି । ଏମଧ୍ୟରେ ଭାରତୀୟ ସ୍କିପର ରୋହିତ ଶର୍ମା ଖୁବଶୀଘ୍ର ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ରିପୋର୍ଟରେ ଦାବି କରାଯାଇଛି ଯେ ବିସିସିଆଇର ଶୀର୍ଷ ଅଧିକାରୀ ଏବଂ ଚୟନକର୍ତ୍ତାମାନେ ପୂର୍ବରୁ ଏହି ନିଷ୍ପତ୍ତି ବିଷୟରେ କହିସାରିଛନ୍ତି ଏବଂ ରୋହିତଙ୍କ ମତ ପରିବର୍ତ୍ତନ ହେବାର ସମ୍ଭାବନା ବହୁତ କମ୍। ଘୋଷଣାର ସଠିକ୍ ସମୟ ନିର୍ଣ୍ଣୟ କରାଯାଇ ନଥିଲେ ମଧ୍ୟ ରିପୋର୍ଟରେ କୁହାଯାଇଛି ଯେ ସ୍ବିଡେନରେ ଶେଷ ଟେଷ୍ଟ ମ୍ୟାଚ୍ ପରେ ରୋହିତ ଅବସର ଘୋଷଣା କରିବେ।

ତଥାପି, ଯଦି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରେ, ତେବେ ଆଉ କିଛି ମ୍ୟାଚ୍ ଖେଳିବା ପାଇଁ ରୋହିତ ଚୟନକର୍ତ୍ତାଙ୍କୁ ଅନୁମତି ଦେବା ପାଇଁ ରାଜି କରାଇବାକୁ ଚେଷ୍ଟା କରିପାରନ୍ତି। ସୋମବ‌ାର ପରାଜୟ ପରେ ସ୍କିପର ରୋହିତ ଶର୍ମା ସାମ୍ବାଦିକ ସମ୍ପିଳନୀରେ କହିଥିଲେ ଯେ, "ଯେତେବେଳେ ଆପଣ ଯାହା କରିବାକୁ ଆସିଥାନ୍ତି ତାହା କରିନପାରିଲେ ଏହା ମାନସିକ ସ୍ତରରେ ବିଚଳିତ କରେ। ଏହା ଅତ୍ୟନ୍ତ ନୈରାଶ୍ୟଜନକ। ଖେଳ ଜିତିବାର ଅନ୍ୟ ଉପାୟ ଅଛି । ହେ‌ଲେ ଏଠାରେ ଖେଳ ଜିତିବାର ଉପାୟ ଆମକୁ ମିଳିଲାନି। ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ଚାହୁଁଥିଲୁ। କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ଏହା କରିପାରିଲୁ ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe