ଆଙ୍ଗୁଠିରେ ଆଘାତ ଲାଗିବା ଘଟଣାକୁ ନେଇ ଏଭଳି କଥା କହି ଭାବବିହ୍ବଳ ହେଲେ ରୋହିତଙ୍କ ସ୍ତ୍ରୀ

Advertisment
ଆଙ୍ଗୁଠିରେ ଆଘାତ ଲାଗିବା ଘଟଣାକୁ ନେଇ ଏଭଳି କଥା କହି ଭାବବିହ୍ବଳ ହେଲେ ରୋହିତଙ୍କ ସ୍ତ୍ରୀ

ଢାକା: ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ରୋହିତ ଶର୍ମାଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି । ଖେଳ ଚାଲିଥିବା ବେଳେ ‌ରୋହିତ ଫିଲ୍ଡିଂ କରୁଥିବା ସମୟରେ ତାଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗି ରକ୍ତ ବାହାରିଥିଲା। ଏହା ସତ୍ତ୍ବେ ବି ରୋହିତ ୯ମ ସ୍ଥାନରେ ଆସି ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ । ସେ ୨୮ ବଲରେ ୫୧ ରନ କରି ଭାରତ ବିଜୟ ଆଶା ସଂଚାର କରିଥିଲେ । କିନ୍ତୁ ଭାରତ ୫ ରନ ପଛରେ ପଡ଼ିଯାଇଥିଲା ।

ଏହି ଘଟଣାକୁ ନେଇ ରୋହିତଙ୍କ ସ୍ତ୍ରୀ ରିତିକା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ , ‘ଆଇ ଲଭ ୟୁ, ଆପଣ ଏମିତି ଜଣେ ମଣିଷ, ଯାହାକୁ ନେଇ ମୋତେ ଗର୍ବ ଅନୁଭବ ହୋଇଥାଏ। ଏମିତି ଅବସ୍ଥାରେ ଖେଳିବା ସହଜ କଥା ନୁହେଁ। କିନ୍ତୁ ଆପଣ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ।’

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଫିଲ୍ଡିଂ କରୁଥିବା ବେଳେ ଗୁରୁତର ଆହତ ହୋଇଥିଲେ । ତାଙ୍କ ଆଙ୍ଗୁଠିରୁ ରକ୍ତ ବାହାରିଥିଲା। ଏହି କାରଣରୁ ତୁରନ୍ତ ତାଙ୍କୁ ପଡ଼ିଆ ଛାଡ଼ି ହସ୍ପିଟାଲ ଯିବାକୁ ପଡ଼ିଥିଲା। ଢାକାସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ବିସିସିଆଇ ମେଡିକାଲ ଟିମ ରୋହିତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲା। ଏଥିସହିତ ଟୁଇଟ କରି ରୋହିତଙ୍କ ଏହି ଅବସ୍ଥା ବିଷୟରେ ସୂଚନା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe