ଭଲ ରନ୍ ନକଲେ ଅଧିନାୟକତ୍ବ ଛାଡ଼ିବେ ରୋହିତ୍: ସୁନୀଲ ଗାଭାସ୍କର

ଭଲ ରନ୍ ନକଲେ ଅଧିନାୟକତ୍ବ ଛାଡ଼ିବେ ଭାରତର ଷ୍ଟାର କ୍ରିକେଟର ରୋହିତ୍ ଶର୍ମା। ଏଭଳି କହି ଚର୍ଚ୍ଚାରେ ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର। ରୋହିତ ଏବେ ଭଲ ରନ୍ କରିପାରୁନଥିବାରୁ ଏଭଳି କହିଛନ୍ତି ସୁନୀଲ।

tsunilga

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ରୋହିତ ଶର୍ମାଙ୍କ ଖରାପ ରନ୍ ଜାରି ରହିଲେ ଖୁବଶୀଘ୍ର ଅଧିନାୟକ ପଦରୁ ଇସ୍ତଫା ଦେବେ। ଗତ କିଛି ମ୍ୟାଚରେ ରୋହିତଙ୍କ ପ୍ରଦର୍ଶନ କ୍ରିକେଟ ପ୍ରେମୀ ଓ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। ଏଥିପାଇଁ ତାଙ୍କୁ ସମା‌ଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଛି।  ନିଜକୁ ବ୍ୟାଟିଂ ଅର୍ଡରରେ ନମ୍ବର ୬ରେ ରଖି ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଗତ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ସେ ଭଲ ରନ୍ ସ୍କୋର କରିପାରିନାହାନ୍ତି। 

ରୋହିତଙ୍କ ଏଭଳି ଖରାପ ପ୍ରଦର୍ଶନ ମଧ୍ୟରେ ସୁନୀଲ ଗାଭାସ୍କର ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, "ମୁଁ ଭାବୁଛି ରୋହିତ ନିଶ୍ଚିତ ଭାବରେ ପରବର୍ତ୍ତୀ କିଛି ମ୍ୟାଚ୍ ଖେଳିବାର ସୁଯୋଗ ପାଇବେ। ଏହା ନିଶ୍ଚିତ। କିନ୍ତୁ ବୋଧହୁଏ ଶେଷରେ, ଯଦି ସେ ଭଲ ରନ୍ ସ୍କୋର ନକରନ୍ତି, ତେବେ ସେ ନିଜେ ହିଁ ଅଧିନାୟତ୍ବ ଛାଡ଼ିଦେବେ। ସେ ଜଣେ ଅତି ବିବେକୀ କ୍ରିକେଟର। ସେ ଦଳ ଉପରେ କେବେ ବି ବୋଝ ହେବାକୁ ଇଚ୍ଛା କରିବେ ନାହିଁ | ସେ ଏଭଳି ଜଣେ କ୍ରିକେଟର ଯିଏ ଭାରତୀୟ କ୍ରିକେଟ୍ ପାଇଁ ବହୁତ ଚିନ୍ତା କରନ୍ତି। ତେଣୁ ମୋତେ ଲାଗୁଛି ସେ ଚୟନ କମିଟିର ନିଷ୍ପତ୍ତିକୁ ଅପେକ୍ଷା ନକରି ନିଜେ ଦଳର ଅଧିନାୟକତ୍ବ ଛାଡ଼ିଦେବେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe