ଦ୍ୱିତୀୟ ଦିନିକିଆରେ ରୋହିତ-ଧାଓ୍ଵନଙ୍କ ରେକର୍ଡ ଭାଗିଦାରୀ, କୁଲଦୀପ କଲେ କମାଲ, ଏହି ୫ ଖେଳାଳି ହିରୋ

ଦ୍ୱିତୀୟ ଦିନିକିଆରେ ରୋହିତ-ଧାଓ୍ଵନଙ୍କ ରେକର୍ଡ ଭାଗିଦାରୀ, କୁଲଦୀପ କଲେ କମାଲ, ଏହି ୫ ଖେଳାଳି ହିରୋ

ମାଉଣ୍ଟ ମୋଉନଗୁଇ: ଭାରତ ଶନିବାର ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନ୍‌ରେ ପରାସ୍ତ କରିବା ସହିତ ନୂଆ ରେକର୍ଡ କରିଛି। ନ୍ୟୁଜିଲାଣ୍ଡକୁ ତା’ର ମାଟିରେ କ୍ରମାଗତ ଭାବରେ ୨ଟି ଦିନିକିଆରେ ପରାସ୍ତ କରି ୧୦ ବର୍ଷ ପରେ ରେକର୍ଡ କରିଛି। ଏହି ବିଜୟ ସହିତ ଭାରତ ୫ ଦିନିକିଆ ମ୍ୟାଚ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଲାଭ କରିଛି। ଉଭୟ ଟିମ ମଧ୍ୟରେ ଆଗାମୀ ମୁକାବିଲା ଜାନୁଆରି ୨୮ରେ ଖେଳାଯିବ।

ଟସ୍‌ ଜିଣି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ ହରାଇ ୩୨୪ ରନ କରିଥିଲା। ରୋହିତ ଶର୍ମା ୮୭ ରନ, ଶିଖର ଧାଓ୍ଵନ ୬୬ ରନ, ମହେନ୍ଦ୍ର ସିଂହ ଧୋନି ୪୮ ରନ, ଅମ୍ବାତି ରାୟଡୁ ୪୭ ରନ୍‌, ବିରାଟ କୋହଲି ୪୩ ରନ୍‌ ଓ କେଦାର ଯାଧବ ୧୦ ବଲରେ ୨୨ ରନ୍‌ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡକୁ ୩୨୫ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିବା ବେଳେ ୪୦.୨ ଓଭରରେ ୨୩୪ ରନ କରି ସବୁ ଓ୍ଵିକେଟ ହରାଇଥିଲା।

ରୋହିତ ଶର୍ମାଙ୍କ ୩୮ତମ ଅର୍ଦ୍ଧଶତକ

publive-image

ଓପନର ରୋହତ ଶର୍ମା ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ କ୍ୟାରିୟରର ୩୮ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ସାଥୀ ଖେଳାଳି ଧାଓ୍ଵନଙ୍କ ସହିତ ୧୫୨ ରନ୍‌ ଭାଗିଦାରୀ ହୋଇଛନ୍ତି। ଏହା ଭାରତ ପାଇଁ ୧୪ତମ ଅଭିଜ୍ଞତା, ଯାହାକି ଏହି ଓପନର ୧୦୦ ରୁ ଅଧିକ ରନ୍‌ ଭାଗିଦାରୀ ହୋଇଛନ୍ତି। ରୋହିତ ଶର୍ମାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ ପୁରସ୍କାର ପାଇଛନ୍ତି।

୨୮ତମ ଅର୍ଦ୍ଧଶତକ ହାସଲ କଲେ ଧାଓ୍ଵନ୍‌
ଧାଓ୍ଵନ୍‌ ୬୭ ବଲ ଖେଳି ଆଜି ନିଜ କ୍ୟାରିୟରର ୨୮ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶିଖର ଦ୍ୱିତୀୟ ଦିନିକିଆରେ ୨ୟ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ପୁର୍ବରୁ ସେ ନେପିୟର ଦିନିକିଆରେ ଅପରାଜିତ ୭୫ ରନ୍‌ କରିଥିଲେ।

ପୁଣି ବିସ୍ଫୋରକ ବ୍ୟାଟିଂ କଲେ ଧୋନି

publive-image

ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୁଣି ଥରେ ନ୍ୟୁଜିଲାଣ୍ଡ ବିରୋଧରେ ଭଲ ପ୍ରଦର୍ଶନ କରିଛନ୍ତି। ଧୋନି ଆଜି ଆରମ୍ଭରୁ ଧୀମା ଗତିରେ ଖେଳିଥିଲେ ମଧ୍ୟ ପରେ ବିସ୍ଫୋରକ ସର୍ଟ ଖେଳିଛନ୍ତି।

ଚମକିଲେ କୁଳଦୀପ

କୁଲଦୀପ ଯାଦବ ପୁଣି ଥରେ ନ୍ୟୁଜିଲାଣ୍ଡର ବ୍ୟାଟସ୍‌ମ୍ୟାନଙ୍କୁ ଚମକାଇଛନ୍ତି। ସେ ୧୦ ଓଭର ବୋଲିଂ କରି କେବଳ ୪୫ ରନ ଦେଇଥିଲେ। କୁଲଦୀପ ୪ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ଆଉଟ କରିଛନ୍ତି। ନେପିୟର ଦିନିକିଆରେ ମଧ୍ୟ କୁଲଦୀପଙ୍କୁ ୪ ଓ୍ଵିକେଟ ମିଳିଥିଲା।

ପ୍ରଥମ ଓ୍ଵିକେଟ ନେଲେ ଭୁବି

ଭୁବନେଶ୍ୱର କୁମାର ୭ ଓଭର ବୋଲିଂ କରି ୪୨ ରନ୍‌ ଦେଇଛନ୍ତି। ମାତ୍ର ସେ ହେଉଛନ୍ତି ଭାରତର ଏକ ମାତ୍ର ବୋଲର ଯିଏକି ମେଡେନ ଓଭର ବୋଲିଂ କରିଛନ୍ତି। ନ୍ୟୁଜିଲାଣ୍ଡର ପ୍ରଥମ ଓ୍ଵିକେଟକୁ ଭୁବନେଶ୍ୱର କୁମାର ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe