ଚହଲଙ୍କୁ ଟ୍ରୋଲ୍‌ କଲେ ରୋହିତ

Advertisment
ଚହଲଙ୍କୁ ଟ୍ରୋଲ୍‌ କଲେ ରୋହିତ

Times Now

ଚଣ୍ଡିଗଡ଼: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ରୋକା ଉତ୍ସବ ବା ନିର୍ବନ୍ଧ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିଲାଗି ସାଥୀ ଖେଳାଳି ତଥା ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସାମାଜିକ ଗଣମାଧ୍ୟମରେ ମଜାଦାର ମିମ୍ ପ୍ରକାଶ କରି ଟ୍ରୋଲ୍ କରିଛନ୍ତି। ଜଣେ ବୃଦ୍ଧ ଓ ଯୁବ ଆରସିବି ପ୍ରଶଂସକଙ୍କ ଫଟୋ ପ୍ରକାଶ କରି ରୋହିତ ଲେଖିଥିଲେ ଯେ ୟୁଜବେନ୍ଦ୍ର ଚହଲ ୨୦୫୦ ଆଇପିଏଲ୍‌ର ଯୁବ ଖେଳାଳିଙ୍କ ସହ। ଏଥିରେ ବୟସ୍କ ପ୍ରଶଂସକ ଜଣକ ଠିକ୍ ଚହଲଙ୍କ ଭଳି ଦେଖା ଯାଉଥିଲେ। ଚହଲ ଓ ଧନଶ୍ରୀ ଢେର କିଛି ମାସ ହେବ ସଂପର୍କରେ ଥିଲେ ମଧ୍ୟ ଏହାର ସୂଚନା ‌କେହି ପାଇନଥିଲେ।

ନିର୍ବନ୍ଧ ହୋଇଥିବା ଉଭୟ ନିଜ ନିଜ ସାମାଜିକ ଗଣମାଧ୍ୟମରେ ଫଟୋ ପ୍ରକାଶ କରି ଜଣାଇବା ପରେ ହିଁ ପ୍ରଶଂସକମାନେ ଏକଥା ଜାଣିପାରିଥିଲେ। ଏହା ପରେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗଙ୍କଠାରୁ ଆରମ୍ଭ କରି ବିରାଟ କୋହଲି, ସୁରେଶ ରାଇନାଙ୍କ ପର୍ଯ୍ୟନ୍ତ ଚହଲଙ୍କୁ ଭାରତର ବହୁ ସାଂପ୍ରତିକ ଓ ବର୍ତ୍ତମାନର ଖେଳାଳିମାନେ ଅଭିନନ୍ଦନ ଜଣାଇଥିଲେ। ରୋହିତଙ୍କ ଶୁଭେଚ୍ଛା କିନ୍ତୁ ସବୁଠାରୁ ନିଆରା ଓ ଭିନ୍ନ ଥିଲା। ଚହଲଙ୍କୁ ରୋହିତ ଟ୍ରୋଲ କରିବାର କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ। ଅତୀତରେ ମଧ୍ୟ ରୋହିତ ଅନେକ ଥର ସାମାଜିକ ଗଣମାଧ୍ୟମରେ ତାଙ୍କ ସହ ଥଟ୍ଟା ମଜା କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe