ରୋହିତ, ବିରାଟ, ଅଶ୍ବିନଙ୍କ ଜୋରଦାର ଅଭ୍ୟାସ: ଅଭ୍ୟାସରୁ ଚୂଡ଼ାନ୍ତ ଏକାଦଶ ଆଭାସ

Advertisment

ଗୁରୁବାରଠୁ ଆରମ୍ଭ ହେଉଥିବା ବାଂଲାଦେଶ ପ୍ରଥମ ଟେଷ୍ଟ୍‌ ପୂର୍ବରୁ ଭାରତୀୟ ‌କ୍ରିକେଟର୍‌ମାନେ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଅଭ୍ୟାସକୁ ଜୋର୍‌ଦାର୍‌ କରିଛନ୍ତି। ଗତ ସପ୍ତାହରେ ଚେନ୍ନାଇରେ ପହଞ୍ଚିବା ପରଠୁ ସୋମବାର ଭାରତୀୟ ଦଳର ଏହା ତୃତୀୟ ଅଭ୍ୟାସ ଶିବିର ଥିଲା।

ଗୁରୁବାରଠୁ ଆରମ୍ଭ ହେଉଥିବା ବାଂଲାଦେଶ ପ୍ରଥମ ଟେଷ୍ଟ୍‌ ପୂର୍ବରୁ ଭାରତୀୟ ‌କ୍ରିକେଟର୍‌ମାନେ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଅଭ୍ୟାସକୁ ଜୋର୍‌ଦାର୍‌ କରିଛନ୍ତି। ଗତ ସପ୍ତାହରେ ଚେନ୍ନାଇରେ ପହଞ୍ଚିବା ପରଠୁ ସୋମବାର ଭାରତୀୟ ଦଳର ଏହା ତୃତୀୟ ଅଭ୍ୟାସ ଶିବିର ଥିଲା।

fshsfhttth

ନୂଆଦିଲ୍ଲୀ: ଗୁରୁବାରଠୁ ଆରମ୍ଭ ହେଉଥିବା ବାଂଲାଦେଶ ପ୍ରଥମ ଟେଷ୍ଟ୍‌ ପୂର୍ବରୁ ଭାରତୀୟ ‌କ୍ରିକେଟର୍‌ମାନେ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଅଭ୍ୟାସକୁ ଜୋର୍‌ଦାର୍‌ କରିଛନ୍ତି। ଗତ ସପ୍ତାହରେ ଚେନ୍ନାଇରେ ପହଞ୍ଚିବା ପରଠୁ ସୋମବାର ଭାରତୀୟ ଦଳର ଏହା ତୃତୀୟ ଅଭ୍ୟାସ ଶିବିର ଥିଲା। ଗୋଟିଏ ଦିନ ଛୁଟି ପରେ ଅଭ୍ୟାସ ଆରମ୍ଭ କରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ପ୍ରଥମ ବ୍ୟାଟର୍‌ ଭାବେ ପଡ଼ିଆକୁ ଓହ୍ଲାଇଥିଲେ। ତାଙ୍କ ସହିତ ବାମହାତୀ ପ୍ରାରମ୍ଭିକ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲ୍‌ ମଧ୍ୟ ଅଭ୍ୟାସ ଆରମ୍ଭ କରିଥିଲେ। ଉଭୟ ଯଶପ୍ରୀତ୍‌ ବୁମ୍‌ରା ଓ ସ୍ଥାନୀୟ ଖେଳାଳି ରବିଚନ୍ଦ୍ରନ ଅଶ୍ବିନଙ୍କୁ ସମ୍ମୁଖୀନ କରିଥିଲେ। ଏହି ଦୁଇଜଣଙ୍କ ପରେ ଅଧିନାୟକ ରୋହିତ ଶର୍ମା, ଶୁବମନ ଗିଲ୍‌, ଦଲିପ ଟ୍ରଫିରୁ ଆସି ଅଭ୍ୟାସରେ ଯୋଗଦେଇଥିବା ସର୍ଫରାଜ ଖାନ୍‌ ଅଭ୍ୟାସ କରିଥିଲେ। ରୋହିତ ଅଧିକାଂଶ ସମୟରେ ସ୍ପିନରଙ୍କୁ ଖେଳୁଥିଲେ। ବାଂଲାଦେଶର ଧୀମା ବୋଲିଂ ଆକ୍ରମଣଙ୍କୁ ନଜରରେ ରଖି ରୋହିତ ଏପରି ଯୋଜନା କରିଥାଇପାରନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡ଼େଜା, ଋଷଭ ପନ୍ତ, ଦ୍ରୁତ ବୋଲର ମହମ୍ମଦ ସିରାଜ ସ୍ଥାନୀୟ ବୋଲରଙ୍କ ସହିତ ଥ୍ରୋଡାଉନ୍‌କୁ ସାମ୍ନା କରିଥିଲେ। ଏହି ଶିବିର ପରେ ମ୍ୟାଚ୍‌ ପୂର୍ବରୁ ଭାରତ ପାଖରେ ଆଉ ଦୁଇଟି ଅଭ୍ୟାସ ଦିବସ ରହିବ। ଚେନ୍ନାଇ ପିଚ୍‌ ସ୍ପିନରଙ୍କୁ ଅଧିକ ସୁହାଉଥିବାରୁ ଭାରତ ଏହି ମ୍ୟାଚ୍‌ରେ ୩ ସ୍ପିନର ଓ ୨ ଦ୍ରୁତ ବୋଲରଙ୍କୁ ନେଇ ଖେଳିପାରେ। ତେଣୁ ଅଶ୍ବିନଙ୍କ ସହ ଜାଡ଼େଜା ଓ କୁଲଦୀପ ୟାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ବୁମ୍‌ରା ଓ ସିରାଜଙ୍କ କାନ୍ଧରେ ଦ୍ରୁତ ବୋଲିଂ ଦାୟିତ୍ବ ରହିବ। ଅକ୍ଷର ପଟେଲ୍‌ଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସତ୍ତ୍ବେ ‌ତାଙ୍କୁ ପ୍ରଥମ ମ୍ୟାଚ୍‌ରେ ବିଶ୍ରାମ ନେବାକୁ ପଡ଼ିପାରେ।  ଅନ୍ୟପକ୍ଷରେ ପନ୍ତ ଏହି ମ୍ୟାଚ୍‌ରୁ ଲାଲ୍‌ ବଲ୍‌ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ଅଧିକ ରହିଛି। ଯଦି ସେ ଖେଳନ୍ତି ତାହେଲେ ସେ କ୍ଷେତ୍ରରେ ଇଂଲଣ୍ଡ ବିପକ୍ଷରେ ଚମତ୍କାର ପଦାର୍ପଣ କରିଥିବା ଧ୍ରୁବ ଜୁରେଲ୍‌ଙ୍କୁ ବାହାରେ ରହିବାକୁ ପଡ଼ିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe