ରୋହିତ ବ୍ୟାକ୍‌ଫୁଟ୍‌ରେ ଚମତ୍କାର ଖେଳୁଛନ୍ତି

Advertisment

ଭିଭିଏସ୍‌ ଲକ୍ଷ୍ମଣ

ଭିଭିଏସ୍‌ ଲକ୍ଷ୍ମଣ

ଏସିଆ କପ୍ ଲାଗି ଲକ୍ଷ୍ମଣ ମଧ୍ୟବର୍ତ୍ତୀକାଳୀନ ପ୍ରଶିକ୍ଷକ

ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ହାଇ ଭୋଲ୍‌ଟେଜ୍‌ ମ୍ୟାଚ୍‌ ପୂର୍ବରୁ ଯେଉଁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା, ସେଥିରୁ ସ୍ପଷ୍ଟ ହେଉଥିଲା ଯେ, ଦଳୀୟ ଗୁଣବତ୍ତା ଓ ଗଭୀରତା ଦୃଷ୍ଟିରୁ ଭାରତ, ପାକିସ୍ତାନ ଅପେକ୍ଷା ଅଧିକ ଶକ୍ତିଶାଳୀ। କେବଳ ଗୋଟିଏ ଉପାୟରେ ପାକିସ୍ତାନ ଭାରତ ଉପରେ ଚାପ ସୃଷ୍ଟି କରପାରିଥାନ୍ତା। ଯଦି ଟସ୍‌ ଜିତିବାପରେ ବୋଲରମାନେ ପରିସ୍ଥିତି ଅନୁଯାୟୀ ଭାରତୀୟ ଶୀର୍ଷ ଖେଳାଳିମାନଙ୍କ ଉପରେ ଆରମ୍ଭରୁ ଆକ୍ରମଣ କରିଥାନ୍ତେ। ଯାହାହେଉ ସର୍ଫରାଜ ଅହମ୍ମଦ ଟସ୍‌ ଜିତିଥିଲେ ଏବ˚ ପ୍ରଥମ ୮ ଓଭରରୁ ହିଁ ମ୍ୟାଚ୍‌ର ଗତି କେଉଁଆଡ଼େ ଯିବ ତାହା ସ୍ପଷ୍ଟ ହୋଇଯାଇଥିଲା।

ରୋହିତ ଶର୍ମା ଓ ଲୋକେଶ ରାହୁଲ ଯେଉଁ ରଣନୀତି ନେଇ ଖେଳିବାକୁ ଆସିଥିଲେ ସେହି ଅନୁଶାସନ ସହିତ ସେମାନେ ସଫଳ ହୋଇଥିଲେ। ମହମ୍ମଦ ଆମିର ପାକିସ୍ତାନ ପାଇଁ ଏକମାତ୍ର ଆଶା ଥିଲେ, କିନ୍ତୁ ତାଙ୍କୁ ଆରମ୍ଭରୁ ଖୁବ୍‌ କମ୍‌ ବୋଲି˚ କରାଯାଇଥିଲା। ରୋହିତ ବ୍ୟାକ ଫୁଟ୍‌ରେ ଚମତ୍କାର ଖେଳୁଛନ୍ତି ଏବ˚ ନିଜକୁ ଏଥିରେ ସୁହାଇନେଇ ବଡ଼ ସ୍କୋର କରିବା ପର୍ଯ୍ୟନ୍ତ ଖୋଲା ସଟ୍‌ ଖେଳି ଚାଲିଥିଲେ। ମୁଁ ତାଙ୍କୁ ଦେଖିଛି ସେ ଭଲ ଖେଳନ୍ତି। ଏହା ତାଙ୍କୁ ପ୍ରେରିତ କରୁଛି ଯେ, ୧୪୦ ରନ୍‌ କରିବା ପରେ ବି ସେ ପୂରା ଇନି˚ସ ଖେଳିନପାରିବାରୁ ନିରାଶ ହୋଇଛନ୍ତି। ଏହି ଗ୍ରସ୍ତରେ ରାହୁଲ ଅନ୍ୟତମ ବଡ଼ ସକାରାତ୍ମକ ଖେଳାଳିଭାବେ ଉଭା ହୋଇଛନ୍ତି। ଭାରତ ପାଇଁ ଏହାର ଶୀର୍ଷ ଖେଳାଳିମାନେ ସବୁବେଳେ ଫିଟ୍‌ ରହିବା ଓ ଆକ୍ରାମକ ବ୍ୟାଟି˚ କରିବା ଆବଶ୍ୟକ ହେଉଛି। ପ୍ରତିଯୋଗିତାରେ ରାହୁଲ ତାଙ୍କର ପ୍ରଥମ ମ୍ୟାଚ୍‌ରେ ବ୍ୟାଟି˚ ଆରମ୍ଭ କରି ପୁଣି ଏକ ଅର୍ଧଶତକ ମାରିପାରିଛନ୍ତି। ଶିଖରଙ୍କ ଆହତ ସମସ୍ୟା ରାହୁଲଙ୍କ ପାଇଁ ଦ୍ବାର ଖୋଲିଦେଇଛି ଏବ˚ ସେ ଏହାର ଭରପୂର ଉପଯୋଗ କରିପାରିଛନ୍ତି। ଏଭଳି ଏକ ଶ୍ରେଷ୍ଠ ଦଳରେ ଖେଳାଳିଙ୍କ ଭିତରେ ସ୍ଥାନ ପାଇବାକୁ ଓ ପରସ୍ପରକୁ ଉପରକୁ ଠେଲିବାକୁ ଏକ ଭଲ ପ୍ରତିଦ୍ବନ୍ଦିତା ଦେଖିବାକୁ ପାଇପାରିବେ। ଥରେ ଯେତେ ବେଳେ ରୋହିତ ଓ ରାହୁଲ ଦଳର ସ୍କୋର ୧୩୬ରେ ପହଞ୍ଚାଇଥିଲେ, ସେତେବେଳକୁ ବିରାଟ କୋହଲିଙ୍କୁ ଚାପମୁକ୍ତ ହୋଇ ଖେଳିବା ପାଇଁ ଏକ ମଜବୁତ ମୂଳଦୁଆ ପଡ଼ି ସାରିଥିଲା। ବର୍ଷା ଯୋଗୁଁ ଭାରତର ରନ୍‌ ସ˚ଗ୍ରହର ଗତିରେ ବାଧା ଆସିବା ପର୍ଯ୍ୟନ୍ତ ପାଳିର ମଧ୍ୟଭାଗରେ ବିରାଟ ସୁନ୍ଦରଭାବେ ଆଗକୁ ବଢ଼ିପାରିଥିଲେ। ଏଠାରେ ଦଳ ୩୫୦ ରନ୍‌କୁ ଲକ୍ଷ୍ୟ ରଖିଥିଲା ବେଳେ ୩୩୬ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତଥାପି ଏଭଳି ଏକ ଚାପଯୁକ୍ତ ମ୍ୟାଚ୍‌ରେ ଏହା ଭଲ ସ୍କୋର ଥିଲା।

ମୁଁ ଏଥିରେ ବହୁତ ପ୍ରଭାବିତ ଯେ, ଯେତେ ବେଳେ ଭୁବନେଶ୍ବର କୁମାର ମା˚ସପେଶୀ ଯନ୍ତ୍ରଣା ପାଇଁ ଆହତ ହେଲେ, ସେତେ ବେଳେ ଦଳ ଏହାର ଭରଣା ଠିକ୍‌ ଭାବେ କରିପାରିଥିଲା। ଅନ୍ୟ ବୋଲରମାନେ ମଧ୍ୟ ଏଥିରେ ଭରପୂର ସହଯୋଗ ଦେଇଥିଲେ। ସେଥିମଧ୍ୟରେ ବିଜୟ ଶଙ୍କର ଓ ହାର୍ଦ୍ଦିକ ପାଣ୍ତ୍ୟା ଵିକେଟ ବାହାର କରିବାରେ ସଫଳ ହୋଇଥିଲେ। କିନ୍ତୁ ଏମାନଙ୍କ ଭିତରୁ ରବିବାର କୁଲ୍‌ଦୀପ ଯାଦବଙ୍କ ଦିନ ଥିଲା। ଯଦିଓ ସେ ଘଣ୍ଟାପ୍ରତି ୮୦ କି.ମି.ରୁ କମ୍‌ ବେଗରେ ବଲ୍‌ ପକାଉଥିଲେ, ତଥାପି ତାଙ୍କୁ ଭଲ ଗତି ମିଳୁଥିଲା ଓ ପିଚ୍‌ରେ ଟର୍ନ କରିପାରୁଥିଲେ। ଏହାଦ୍ବାରା ସେ ତାଙ୍କ ବୋଲି˚ରେ ଅଧିକ କରାମତି କରିପାରୁଥିଲେ। ଯେଉଁ ବଲ୍‌ରେ ସେ ବାବର ଆଜମ୍‌ଙ୍କ ଵିକେଟ୍‌ ହାସଲ କରିଥିଲେ, ତାହା ସବୁଠୁ ଶ୍ରେଷ୍ଠ ବଲ୍‌ ଥିଲା ଏବ˚ ଯେ କୌଣସି ଧରଣର ମ୍ୟାଚ୍‌ରେ ଏହା ଵିକେଟ୍‌ ମିଳିବା ପାଇଁ ହକ୍‌ ରଖୁଛି। ଏହି ମ୍ୟାଚ୍‌ରୁ ପାକିସ୍ତାନକୁ ଏଭଳି ଭାବେ ଆତର୍କିତ ଆକ୍ରମଣ କରାଯାଇଥିବା ସେମାନେ ଅନୁଭବ କରିବେ, କିନ୍ତୁ ସେମାନେ ଏକ ବୃହତ୍‌ ବିପକ୍ଷଙ୍କଠୁ ପରାଜିତ ହୋଇଥିବା ଆଗକୁ ପରିଚିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe