ପ୍ରାରମ୍ଭିକ ବ୍ୟାଟର୍‌ ଭାବେ ରୋହିତଙ୍କ ୧୩ ହଜାର ରନ୍‌

Advertisment
ପ୍ରାରମ୍ଭିକ ବ୍ୟାଟର୍‌ ଭାବେ ରୋହିତଙ୍କ ୧୩ ହଜାର ରନ୍‌

ଲଣ୍ଡନ୍‌ : ରୋହିତ ଶର୍ମା ଆନ୍ତର୍ଜାତିକ କ୍ରିକେଟ୍‌ରେ ପ୍ରାରମ୍ଭିକ ବ୍ୟାଟର୍‌ ଭାବେ ୧୩ ହଜାର ରନ୍‌ ପୂରଣ କରିଛନ୍ତି। ଡବ୍ଲୁଟିସି ଫାଇନାଲ୍‌ର ଦ୍ବିତୀୟ ପାଳିରେ ରୋହିତ ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି। ଏଥିସହିତ ମାଥ୍ୟୁ ହେଡେନ୍‌ (୨୯୩ ପାଳି) ଓ ସଚିନ ତେନ୍ଦୁଲକର (୨୯୫ ପାଳି) ଙ୍କ ପଛକୁ ତୃତୀୟ ଦ୍ରୁତତମ ବ୍ୟାଟର୍‌ ଭାବେ ରୋହିତ (୩୦୭ ପାଳି) ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଏହାବାଦ ପ୍ରାରମ୍ଭିକ ବ୍ୟାଟର ଭାବେ ୧୩ହଜାର ରନ୍‌ ଅତିକ୍ରମ କରିବାରେ ସେ ବିଶ୍ବରେ ୧୧ତମ ଓ ଭାରତର ତୃତୀୟ ବ୍ୟାଟର୍‌ ହୋଇଛନ୍ତି।

ବୀରେନ୍ଦ୍ର ସେହବାଗ (୧୫୭୫୮) ଓ ସଚିନ ତେନ୍ଦୁଲକର (୧୫୩୩୫) ଭାରତୀୟଙ୍କ ମଧ୍ୟରେ ଆଗରେ ଅଛନ୍ତି। ରୋହିତ ଯଦିଓ ୨୦୧୩ରେ ଟେଷ୍ଟ ପଦାର୍ପଣ କରିଥିଲେ, କିନ୍ତୁ ୨୦୧୯ରେ ପ୍ରାରମ୍ଭିକ ବ୍ୟାଟର୍ ଭାବେ ଖେଳିଥିଲେ। ଟେଷ୍ଟର ପ୍ରାରମ୍ଭିକ ବ୍ୟାଟର ଭାବେ ତାଙ୍କର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶାଖାପାଟଣାରେ ରୋହିତ ଉଭୟ ପାଳିରେ ଶତକ ଅର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe