ନୂଆଦିଲ୍ଲୀ: ଶୁକ୍ରବାର ରୋହିତ ଶର୍ମା-ଋତିକା ସାଜ୍ଦେଙ୍କର ଥିଲା ଚତୁର୍ଥ ବିବାହ ବାର୍ଷିକୀ। ଏହି ଅବସରରେ ରୋହିତ ପତ୍ନୀ ଋତିକାଙ୍କୁ ଇନ୍ଷ୍ଟାଗ୍ରାମରେ ଶୁଭେଚ୍ଛା ଜଣାଇଛନ୍ତି। ଋତିକାଙ୍କ ବିନା ସେ ଜୀବନର ଆଗକୁ ବଢ଼ିବା କଥା ଭାବି ପାରୁନାହାନ୍ତି, ଏହାଠାରୁ ଭଲ କଥା କ’ଣ ହୋଇପାରେ ଲେଖି ରୋହିତ ନିଜ ଇନ୍ଷ୍ଟାଗ୍ରାମରେ ଋତିକାଙ୍କୁ ଟ୍ୟାଗ୍ କରିଥିଲେ। ୨୦୧୫ ଆଜିର ଦିନରେ ରୋହିତ-ଋତିକା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୨୦୧୮ ଡିସେମ୍ବର ୩୦ରେ ଉଭୟ କନ୍ୟା ସନ୍ତାନର ସୌଭାଗ୍ୟ ପାଇଥିଲେ। ଯାହାର ନାମ ସେମାନେ ‘ସମୀରା’ ରଖିଛନ୍ତି। ସୂଚନାଯୋଗ୍ୟ, ହିଟ୍ମ୍ୟାନ୍ ଭାବେ ପରିଚିତ ରୋହିତ ଚଳିତ ବର୍ଷ ଏକାଧିକ କୀର୍ତ୍ତିମାନ ରଚିଛନ୍ତି। ତନ୍ମଧ୍ୟରୁ ଚଳିତ ବର୍ଷ ସର୍ବାଧିକ ଛକା ମାରିବା ଓ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୪୦୦ ଛକା ମାରିବାର କୀର୍ତ୍ତିମାନ କରିଛନ୍ତି। ଏହା ବ୍ୟତୀତ ସେ ପ୍ରଥମ ଅଣକ୍ରିକେଟର୍ ଭାବେ ଲୋକପ୍ରିୟ ଫୁଟ୍ବଲ୍ ଲିଗ୍ ଲା-ଲିଗାର କ୍ରୀଡ଼ାଦୂତ ଭାବେ ନିଯୁକ୍ତ ହୋଇଛନ୍ତି।
ବିବାହ ବାର୍ଷିକୀରେ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ ରୋହିତ
Advertisment
Follow Us