ରୋହିତଙ୍କ ବିଶ୍ବ କୀତ୍ତିମାନ: କ୍ରମାଗତ ୧୩ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଜିତିବାରେ ପ୍ରଥମ ଅଧିନାୟକ

Advertisment
ଦିନିକିଆରେ ରୋହିତଙ୍କ ୯୫୦୦ ରନ୍‌

CricketNMore.com

ସାଉଥମ୍ପ୍‌ଟନ୍‌ : ଗୁରୁବାର ରାତିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ଭାରତ ସହଜରେ ଜିତିନେଇଥିଲା। ଏଥି ସହିତ ଅଧିନାୟକ ଭାବେ ରୋହିତ ଶର୍ମା ଇତିହାସ ରଚିଥିଲେ। କ୍ରମାଗତ ଭାବେ ୧୩ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଜିତିବାରେ ରୋହିତ କ୍ରିକେଟ ଇତିହାସରେ ପ୍ରଥମ ଅଧିନାୟକ ହେବାର କୀର୍ତ୍ତିମାନ ନିଜ ନାମକୁ ନେଇଯାଇଥିଲେ। ବିରାଟ କୋହଲିଙ୍କଠାରୁ ନେତୃତ୍ବ ଭାର ଗ୍ରହଣ କରିବା ପରଠୁ ରୋହିତ ଭାରତକୁ ନ୍ୟୁଜିଲାଣ୍ଡ୍‌, ୱେଷ୍ଟଇଣ୍ଡିଜ୍‌ ଏବଂ ଶ୍ରୀଲଙ୍କା ପରେ ଇଂଲଣ୍ଡ ବିପକ୍ଷରେ ବିଜୟ ଦେଇଛନ୍ତି। କେବଳ ଟ୍ବେଣ୍ଟି-୨୦ ନୁହେଁ, ସମସ୍ତ ଫର୍ମାଟ୍‌ରେ କ୍ରମାଗତ ୧୫ ମ୍ୟାଚ୍‌ ମଧ୍ୟ ଜିତିସାରିଲେଣି ହିଟ୍‌ ମ୍ୟାନ୍‌ ରୋହିତ। ଏପରିକି ରୋହିତଙ୍କ ନେତୃତ୍ବରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହିଛି।

ଅଧିନାୟକ ଭାବେ ୧୦୦୦ ରନ୍‌
ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ରୋହିତ ଶର୍ମା ଦ୍ରୁତ ୨୪ ରନ୍‌ କରିଥିଲେ। ଏହି ପାଳି ବଳରେ ସେ ‌ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଅଧିନାୟକ ଭାବେ ୧୦୦୦ ରନ୍‌ ମଧ୍ୟ ପୂରଣ କରିଥିଲେ। ଏହା କରିବାରେ ସେ ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲିଙ୍କ ପ‌ଛକୁ ତୃତୀୟ ଭାରତୀୟ ଅଧିନାୟକ ବିବେଚିତ ହୋଇଥିଲେ। ସେ ମଧ୍ୟ ମୋଟ ଉପରେ ଦଶମ ଅଧିନାୟକ ଭାବେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଏହି ତାଲିକାରେ ଆରୋନ ଫିଞ୍ଚ୍‌ (୧୯୭୧, ୬୫ ମ୍ୟାଚ୍‌) ସର୍ବାଗ୍ରେ ରହିଥିଲା ବେଳେ ରୋହିତ ୨୯ ମ୍ୟାଚ୍‌ରୁ ୧୦୧୧ ରନ୍‌ କରିସାରିଲେଣି। ଅଧିନାୟକ ଭାବେ ରୋହିତ ସବୁଠୁ ଅଧିକ ରନ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ (୭ ମ୍ୟାଚ୍‌ରୁ ୨୦୮ ରନ୍‌) କରିଥିଲା ବେଳେ ଉଭୟ ଶ୍ରୀଲଙ୍କା ଏବଂ ବାଂଲାଦେଶ ବିପକ୍ଷରେ ମଧ୍ୟ ୨୦୦ରୁ ଅଧିକ ସ୍କୋର୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe