ରୋନାଲ୍‌ଡୋ ଭାଙ୍ଗି‌ଲେ ୟୁଟ୍ୟୁବ୍ ରେକର୍ଡ: ୨୪ ଘଣ୍ଟାରେ ୧୦ ନିୟୁତ ସବ୍‌ଷ୍କ୍ରାଇବର୍‌

Advertisment
ରୋନାଲ୍‌ଡୋ ଭାଙ୍ଗି‌ଲେ ୟୁଟ୍ୟୁବ୍ ରେକର୍ଡ: ୨୪ ଘଣ୍ଟାରେ ୧୦ ନିୟୁତ ସବ୍‌ଷ୍କ୍ରାଇବର୍‌

ଫୁଟବଲ୍ ପଡ଼ିଆରେ ଗତ ଦୁଇ ଦଶନ୍ଧି ଧରି ରାଜୁତି କରୁଥିବା ବିଶ୍ବର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରୀଡ଼ା ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ ଜଣେ କଂଟେଣ୍ଟ୍ କ୍ରିଏଟର୍‌ ଭାବେ ନୂଆ କ୍ୟାରିୟର୍ ଆରମ୍ଭ କରିଛନ୍ତି। ତେବେ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିବାର ମାତ୍ର କିଛି ଘଣ୍ଟା ଭିତରେ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଚୂର୍‌ମାର୍ କରି ଦେଇଛନ୍ତି ସେ। ୟୁଟ୍ୟୁବରେ ଏକ ନିୟୁତ ସବ୍‌ଷ୍କ୍ରାଇବର୍‌ ହେବାର ମାଇଲଖୁଣ୍ଟ ଛୁଇଁବାରେ ବିଶ୍ବର ଦ୍ରୁତତମ ସେଲିବ୍ରିଟି ପାଲଟିଛନ୍ତି ରୋନାଲ୍‌ଡୋ। ଏପରିକି ତାଙ୍କ ଚ୍ୟାନେଲ ଆରମ୍ଭ ହେବାର ମାତ୍ର ୨୪ ଘଣ୍ଟା ଭିତରେ ମୋଟ ସବ୍‌ଷ୍କ୍ରାଇବର୍‌ ସଂଖ୍ୟା ୧୦ ନିୟୁତ ଟପିଛି। ପୂର୍ବରୁ ସାମାଜିକ ଗଣମାଧ୍ୟମରେ ସର୍ବାଧିକ ଅନୁଗାମୀ ଥିବା ରେକର୍ଡ ମଧ୍ୟ ରୋନାଲ୍‌ଡୋଙ୍କ ନାମରେ ରହିଛି। ରୋନାଲ୍‌ଡୋଙ୍କର ‘ଏକ୍ସ’ରେ ୧୧୫.୫ ନିଯୁତ, ଫେସ୍‌ବୁକ୍‌ରେ ୧୭୦ ନିୟୁତ ଏବଂ ଇନ୍‌ଷ୍ଟାଗ୍ରାମରେ ୬୩୬ ନିୟୁତ ଅନୁଗାମୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe